ପୂର୍ବତନ ମିସ ଇଣ୍ଡିଆ ୟୁନିଭର୍ସ ପରୀ ପାଶୱାନ ଆଣିଲେ ଗୁରୁତର ଅଭିଯୋଗ ; କହିଲେ ମୋତେ ନିଶା ଔଷଧ ଦେଇ କରୁଥିଲେ ପର୍ଣ୍ଣ ଭିଡ଼ିଓ ଶୁଟ୍

ସଂସ୍କାର : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ୍ କୁନ୍ଦ୍ରା ପର୍ଣ୍ଣ ଭିଡ଼ିଓ ଶୁଟିଂ କରିବା ମାମଲାରେ ଗିରଫ ହେବା ପରେ ବଲିଉଡର ଅନେକ ଗୁପ୍ତ କଥା ବର୍ତ୍ତମାନ ପଦାକୁ ଆସୁଛି। ଏହି କ୍ରମରେ ପୂର୍ବତନ ବିବିଏନ ମିସ ଇଣ୍ଡିଆ ୟୁନିଭର୍ସ ପରୀ ପାଶୱାନ ମୁମ୍ବାଇର ଏକ ପ୍ରଡକ୍ସନ ହାଉସ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ପରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜୋର ଜବରଦସ୍ତ ପର୍ଣ୍ଣ ଭିଡିଓ ତିଆରି କରିବା ପାଇଁ ବାଧ୍ୟ କରାଯାଉଥିଲା। ସେ ଏହି କାମ କରିବା ପାଇଁ ମନା କଲେ ଗୁପ୍ତ ଭାବରେ ତାଙ୍କ ଖାଦ୍ୟ ପାନୀୟରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କର ପର୍ଣ୍ଣ ଭିଡିଓ ଶୁଟ କରାଯାଉଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ସେହି ଭିଡ଼ିଓ ଗୁଡିକ ପାଇଁ ମୋଟା ରକମର ଟଙ୍କା ଦିଆଯାଉଥିଲା।

ତେବେ ଏଠାରେ ଆମେ କହିଦେବାକୁ ଚାହିଁବୁ ଯେ, ଝାଡ଼ଖଣ୍ଡର ଏହି ମିସ ଇଣ୍ଡିଆ ୟୁନିଭର୍ସ ପରୀ ପାଶୱାନ ମଡେଲିଂ ପାଇଁ ମୁମ୍ବାଇ ଆସିଥିଲେ। ସ୍ୱାମୀ ସହ ବିବାଦକୁ ନେଇ ମଧ୍ୟ ସେ ଚର୍ଚ୍ଚା ଘେରକୁ ଆସି ସାରିଛନ୍ତି। ବର୍ତ୍ତମାନ ମଡେଲ ପରୀ ପାଶୱାନ ମୁମ୍ବାଇର ଏକ ପ୍ରଡକ୍ସନ ହାଉସ ବିରୋଧରେ ତାଙ୍କର ପର୍ଣ୍ଣ ଭିଡିଓ ତିଆରି କରିଥିବା ଆରୋପ ଲଗାଇଛନ୍ତି।

ବେହୋସ ଅବସ୍ଥାରେ ତାଙ୍କର ଭିଡିଓ ଶୁଟିଂ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଭିଡିଓ ସମ୍ପର୍କରେ ସେ ପରେ ଜାଣିବାକୁ ପାଇଲେ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ସେ ପୋଲିସରେ ସୂଚନା ଦେଇଥିଲେ। ଶି ଦ ପିପଲ ରିପୋର୍ଟ ଅନୁଯାୟୀ, ପରୀ କାମ ଖୋଜିବାକୁ ମୁମ୍ବାଇ ଆସିଥିଲେ। ଏହା ପୂର୍ବରୁ ଶାଶୂଘର ଲୋକଙ୍କ ସହ ବିବାଦକୁ ନେଇ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ। ସେ ନିଜ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ନିରଜ ପାଶୱାନଙ୍କୁ ଜେଲ ଯିବାକୁ ପଡିଥିଲା। ୨୦୧୯ରେ ପରୀ ବିବିଏନ ମିସ ଇଣ୍ଡିଆ ୟୁନିଭର୍ସର ମୁକୁଟ ଜିତିଥିଲେ।

Leave a Reply

Your email address will not be published. Required fields are marked *