ସଂସ୍କାର : ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକ ଶୁକ୍ରବାର ଦିନ ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଅମଳରେ ଓଡ଼ିଶାର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ତାଙ୍କର ମୃତ୍ୟୁ ସୂଚନା ରାଜ୍ୟର ଗଣମାଧ୍ୟମକୁ ଦେଇଛନ୍ତି। ଆଜି ସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସେ ଆଜି ଘରେ ପଡ଼ିଯାଇଥିଲେ ଓ ତଳେ ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇଥିଲେ । ଜନତା ପାର୍ଟି, ଜନତା ଦଳ ଓ ବିଜେଡ଼ି ଟିକେଟରେ ନିର୍ବାଚନ ଜିତିଥିଲେ ରାମକୃଷ୍ଣ । ଏକାଧିକ ବିଭାଗର ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଥିଲେ । ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ୍ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ସେ । ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରୁଖା ରାଜନେତା ଭାବରେ ପରିଚିତ ଥିଲେ ରାମକୃଷ୍ଣ ।
ଗଞ୍ଜାମ ଜିଲ୍ଲାର କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ ରାମକୃଷ୍ଣ ନିର୍ବାଚିତ ହୋଇଥିଲେ। ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ସେ ଓଡିଶା ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ଅଧୀନରେ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଥିଲେ।