ସଂସ୍କାର: ବିବାହ କରିବା ପ୍ରତ୍ୟେକ ମଣିଷର ଇଛା ରହିଥାଏ। ସେ ଯୁବକ ହେଉ ଅବା ଯୁବତୀ । କିନ୍ତୁ ବିବାହରେ ଯଦି ଭେଜାଲ୍ ହୁଏ ତେବେ…। ନକଲି ପରିଚୟ ଦେଇ ଅନେକ ବିବାହ କରିବା କଥା ତ’ ଆପଣ ଣୁଣିଥିବେ। ବର୍ତ୍ତମାନ ଏଭଳି ଏକ ନକଲି ବିବାହର ମାମଲା ସାମ୍ନାକୁ ଆସିଛି। ନକଲି ପରିଚୟ ଦେଇ ବିବାହ କରିବା ପଡ଼ିଛି ଜଣେ ଯୁବକଙ୍କୁ ମହଙ୍ଗା । ନକଲି ପରିଚୟ ଦେଇ ବିବାହକୁ କରିବାକୁ ଯାଇ ହଟାହଟା ହୋଇଛି ବର । ଖାଲି ସେତିକି ନୁହେଁ ସାଙ୍ଗରେ ନେଇଥିବା ସୁନାଗହଣା ମଧ୍ୟ ନକଲି ବାହାରିଛି। ଆଉ ବର୍ତ୍ତମାନ ଏହି ନକଲି ବିବାହ ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗ୍ରାମରେ । ସଞ୍ଜୟ ସାହୁ ନାମକ ଏହି ବ୍ୟକ୍ତି ଜଣକ ନିଜକୁ କଳାହାଣ୍ଡିର ଅଞ୍ଚଳର କହି ଏବଂ ନକଲି ଘର ଦେଖାଇଥିଲେ । ଆଉ ଚାଉଳଶୁଖା ଗ୍ରାମରେ ଜଣେ ଜନୈକ ପରିବାରରେ ତାଙ୍କର ବିବାହ ସ୍ଥିର ହୋଇଥିଲା । କିନ୍ତୁ ସତ ଲୁଚିପାରିନଥିଲା ।
ମାର୍ଚ୍ଚ ୨୧.୦୩.୨୦୨୨ ତାରିଖରେ ବାହାଘର ସ୍ଥିର ହୋଇଥିଲା । ହେଲେ ଏହି ନକଲି ବର ଜଣକ ଚାରି ଘଣ୍ଟା ଡେରିରେ ଆସିଥିଲେ ଆଉ ତାହା ପୁଣି ଏକୁଟିଆ, ସାଙ୍ଗରେ ନଥିଲେ ବରଯାତ୍ରୀ । ବାଟରୁ ଜଣେ ପଣ୍ଡିତ ବା ବ୍ରାହ୍ମଣକୁ ମଧ୍ୟ ଉଠେଇ ଆଣିଥିଲେ । ସାଙ୍ଗରେ ବରଯାତ୍ରୀ ନଥିବାରୁ କନ୍ୟା ପକ୍ଷ ସନ୍ଦେହ କରିଥିଲେ । ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ବେଶ ଆରମ୍ଭ ହୋଇଥିଲା ଉତ୍ତମ ମାଧ୍ୟମ । ପୋଲିସ୍ ଘଟଣା ସମ୍ପର୍କରେ ଖବର ପାଇ ନକଲି ବରକୁ ନିଜ ହେପାଜତକୁ ନେଇଛି। ଆଉ ବର ଗାଡିରେ ଆସିଥିବା ନକଲି ବର ପୋଲିସ ଭ୍ୟାନରେ ବସି ହାଜତକୁ ଯାଇଛି।