ସଂସ୍କାର : ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଟି -20 ବିଶ୍ୱକପ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ସିରିଜ ପାଇଁ ଶିଖର ଧାୱନଙ୍କୁ ଅଧିନାୟକ କରାଯାଇଛି। ଆଉ ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। 6 ଅକ୍ଟୋବରରୁ ସାଉଥ୍ ଆଫ୍ରିକା ବିପକ୍ଷରେ ଭାରତକୁ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ।
ଦଳର ସିନିୟର ଖେଳାଳିମାନଙ୍କୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ଆଉ ଯୁବ ଖେଳାଳିମାନେ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି। ଏହି ସିରିଜ୍ ପାଇଁ ଉପ-ଅଧିନାୟକ ଭାବେ ଶ୍ରେୟାସ ଆୟରଙ୍କୁ ନିଯୁକ୍ତ କରାଯାଇଛି। ଶୁବମାନ ଗିଲ ଏବଂ ରିତୁରାଜ ଗାଇକୱାଡ ଦଳକୁ ଫେରିଛନ୍ତି।
ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ରାଜତ ପାଟିଦାର, ରାହୁଲ ତ୍ରିପାଠୀ, ଶାହାବାଜ ଅହମ୍ମଦ, ମୁକେଶ କୁମାର ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ପ୍ରଶଂସକଙ୍କ ଚାହିଦା ଏଠାରେ ସହାୟକ ହୋଇଛି ଏବଂ ସଞ୍ଜୁ ସାମସନ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।
ପ୍ରଥମ ODI: ଅକ୍ଟୋବର 6, ଲକ୍ଷ୍ନୌରେ 1.30 PM।
ଦ୍ଵିତୀୟ ODI: ଅକ୍ଟୋବର 9, ରାଞ୍ଚି 1.30 PM।
ତୃତୀୟ ODI: ଅକ୍ଟୋବର 11, ଦିଲ୍ଲୀ 1.30 PM।
ଦକ୍ଷିଣ ଆଫ୍ରିକା ODI ସିରିଜ ପାଇଁ ଭାରତୀୟ ଦଳ:
ଶିଖର ଧାୱନ (କ୍ୟାପଟେନ), ଶ୍ରେୟସ୍ ଆୟର (ଉପ-କ୍ୟାପଟେନ), ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (wk), ସଞ୍ଜୁ ସାମସନ (wk), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୁ, ମୁକେଶ କୁମାର, ଆବେଶ ଖାନ, ମହମ୍ମଦ ସିରାଜ ଏବଂ ଦୀପକ ଚହର।