ଆଜିଠୁ ଲାଗୁ ହେଲା ଏହି ନୂଆ ନିୟମ ଏଣିକି ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଗାଡି କାଗଜ ପତ୍ର, ପଢନ୍ତୁ ପୁରା ଖବର

No need to carry Vehicle documents from October 1

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ଆକ୍ଟ ତିଆରି କରି ଏକ ନୋଟିଫିକେସନ ଜାରି କରିଛନ୍ତି। ଏହା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ବୋଲି ସୂଚନା ଦିଆଯାଇଥିଲା, ହେଲେ ଆଜିଠୁ ଲାଗୁ ହେଲା ଏହି ନୂଆ ନିୟମ । ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍ କିଂବା ଅନ୍ୟ କାଗଜ ପତ୍ର।

ନୂଆ ମୋଟର ଯାନ ନିୟମ ଅନୁସାରେ ଅକ୍ଟୋବର ୧ ତାରିଖ ଅର୍ଥାତ୍ ଆଜିଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି । ଏହି ନୂଆ ଆକ୍ଟ ଅନୁଯାଇ କେନ୍ଦ୍ର ସରାକର କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସମେତ ଗାଡ଼ି କାଗଜ ପତ୍ର କୁ ବାହନ ପୋର୍ଟାଲ ଜରିଆରେ ସଂରକ୍ଷିତ ରଖାଯିବ। ଯାହାଫଳରେ ଗାଡ଼ି ଚଳାଇବା​‌ ବେଳେ ଗାଡିର ସବୁ କାଗଜପତ୍ର ଆଉ ପାଖରେ ରଖିବାକୁ ପଡ଼ିବ ନାହିଁ। ଚେକିଂ ବେଳେ ଗାଡି ଚାଳକ ଏଣିକି ଡିଜିଟାଲ କପି ଦେଖାଇ ପାରିବେ ।

ଏନେଇ ଏକ ନୂତନ ସପ୍ଟଓ୍ବେୟାର ବିକଶିତ କରାଯାଉଛି। ଯାହା ଦ୍ବାରା ଟ୍ରାଫିକ ପୋଲିସ୍ ଗାଡ଼ି ନମ୍ବରକୁ ସେହି ମେଶିନ ସାହାଯ୍ୟରେ ଗାଡ଼ି କାଗଜପତ୍ର ବିଷୟରେ ତଦନ୍ତ କରିପାରିବେ। ଥିରେ ଗାଡ଼ିରେ ରେଜିଷ୍ଟେ୍ସନ ନମ୍ବର ଦେବା ଦ୍ବାରା ସମ୍ପୃକ୍ତ ଗାଡ଼ିର ସବୁ କାଗଜ ଯାଞ୍ଚ ହୋପାରିବ। ଆଇଟି ଓ ଇଲେକଟ୍ରନିକ ସେବା ବ୍ୟବହାର କରି ମୋଟର ଯାନ ନିୟମକୁ ଅଧିକ ଉନ୍ନତ କରିବା ଦିଗରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *