ପୁନର୍ବସୁ ନକ୍ଷତ୍ର, ରବି ଯୋଗ ଏବଂ ବୈନାୟକୀ ଶ୍ରୀ ଗଣେଶ ଚତୁର୍ଥୀର ସଂଯୋଗ ଆଜି : ଜାଣନ୍ତୁ କ’ଣ କଲେ ମିଳିବ ସୁଖ ଓ ସମୃଦ୍ଧି

ଆଜି ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ଚତୁର୍ଥୀ, ମଙ୍ଗଳବାର । ଏଇ ଚତୁର୍ଥୀ ତିଥି ଆଜି ରାତି ୧:୧୫ ପର୍ଯ୍ୟନ୍ତ ରହିବ । ଏହା ପରେ ଆରମ୍ଭ ହେବ ପଞ୍ଚମୀ ତିଥି । ପ୍ରତ୍ୟେକ ମାସର ଉଭୟ ପକ୍ଷର ଚତୁର୍ଥୀକୁ ଗଣେଶ ଚତୁର୍ଥୀ  ଭାବରେ ପାଳନ କରାଯାଏ । ଆଜିର ଦିନରେ ପରମ ପୂଜନୀୟ ଭଗବାନ ଗଣେଶଙ୍କୁ ପୂଜା କରି ଇଚ୍ଛାକୃତ ସଫଳତା ହାସଲ କରିହେବ । ଏମିତିକି ଜୀବନରେ ଚାଲିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମଧ୍ୟ ପାଇହେବ ।

ଆସନ୍ତାକାଲି ସକାଳ ୭ .୨୮  ମିନିଟ ପର୍ଯ୍ୟନ୍ତ ପୁନର୍ବସୁ ନକ୍ଷତ୍ର ରହିବ ଯାହା ଧନ ଏବଂ ସୌଭାଗ୍ୟର ସୂଚକ । ଏହି ନକ୍ଷତ୍ରରେ ଜନ୍ମିତ ଜାତକ ମଧ୍ୟ ସୌଭାଗ୍ୟଶାଳୀ, ଧାର୍ମିକ ପ୍ରବୃତ୍ତି, ପ୍ରଭାବଶାଳୀ ଏବଂ ଦୟାଳୁ ସ୍ୱଭାବର ହୁଅନ୍ତି । ଯେପରି ତୀରର କାର୍ଯ୍ୟ ଏହାର ଲକ୍ଷ୍ୟରେ ପ୍ରବେଶ କରିବା, ସେହିପରି ପୁନର୍ବସୁ  ନକ୍ଷତ୍ର ଏହାର ପ୍ରଭାବରେ ଆସୁଥିବା ବ୍ୟକ୍ତିଙ୍କ ସୌଭାଗ୍ୟକୁ ସୁନିଶ୍ଚିତ କରେ । ଏହି ନକ୍ଷତ୍ରରେ ଜନ୍ମିତ ବାଉଁଶ ବୃକ୍ଷକୁ ପୂଜା କରିବା ଜରୁରୀ ।

ଏହାବ୍ୟତୀତ ଆଜି ସାରା ଦିନ ଏବଂ ସାରା ରାତି ରବି ଯୋଗ ରହିବ । ସୂର୍ଯ୍ୟଙ୍କ ପ୍ରଭାବ ସହିତ ଏହି ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ସମୟ ମଧ୍ୟରେ କରାଯାଇଥିବା କାର୍ଯ୍ୟ ଦ୍ୱାରା ସୁଖ, ସମୃଦ୍ଧି ଏବଂ ସଫଳତା ପ୍ରାପ୍ତି ହୁଏ । ଆଜିର ଦିନରେ ପୁନର୍ବସୁ ନକ୍ଷତ୍ର, ରବି ଯୋଗ ଏବଂ ବୈନାୟକୀ ଶ୍ରୀ ଗଣେଶ ଚତୁର୍ଥୀ ସଂଯୋଗରେ ଆପଣ କେଉଁ ବିଶେଷ ଉପାୟ ଗ୍ରହଣ କରି ଜୀବନରେ ବିଭିନ୍ନ ଲାଭ ପାଇପାରିବେ, ଆସନ୍ତୁ ଜାଣିବା …  

ଯଦି କେହି ଆପଣଙ୍କୁ ବାରମ୍ବାର ହଇରାଣ କରୁଛନ୍ତି କିମ୍ବା କେହି ଆପଣଙ୍କ ଦ୍ଵାରା ଏପରି କିଛି କରେଇବାକୁ ଚେଷ୍ଟା କରୁଛନ୍ତି ଯାହା ଆପଣ କରିବାକୁ ଚାହୁଁନାହାଁନ୍ତି, ତେବେ ଶ୍ରୀ ଗଣେଶଙ୍କ ସାମ୍ନାରେ ହାତଯୋଡି ସଙ୍କଟ ନାଶକ ଗଣେଶ ସ୍ତୋତ୍ର ପାଠ କରିବା ଆବଶ୍ୟକ । ଏପରି କଲେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ, ସମସ୍ୟା ଆପେ ଆପେ ଦୂରେଇଯିବ ।

ଘରର ସୁଖ-ସମୃଦ୍ଧିକୁ ବଢାଇବା ପାଇଁ  ଆଜିର ଦିନରେ ଭଗବାନ ଗଣେଶଙ୍କର ଏପରି ପ୍ରତିମା କିମ୍ବା ଚିତ୍ର ଆଣନ୍ତୁ, ଯେଉଁଥିରେ ଭଗବାନ ଗଣେଶଙ୍କ ଶୁଣ୍ଢ ଶରୀରର ବାମ ପାର୍ଶ୍ୱ ଆଡକୁ ଥିବ । ତାକୁ ଘରେ ସ୍ଥାପନ କରନ୍ତୁ, ଧୂପ ଓ ଦୀପ ଦେଇ ପୂଜା କରିବା ପରେ ତାଙ୍କୁ ଦୁଇଟି ଲବଙ୍ଗ ଏବଂ ଦୁଇଟି ଗୁଆ ଚଢାନ୍ତୁ । ପରଦିନ ସେହି ଚଢା ଯାଇଥିବା ଲବଙ୍ଗକୁ ବ୍ୟବହାର କରନ୍ତୁ ଏବଂ ଗୁଆକୁ ଘରେ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଆଜି ଏହା କରିବା ଦ୍ୱାରା ଆପଣଙ୍କ ଘରର ସୁଖ-ସମୃଦ୍ଧି ନିଶ୍ଚିତ ଭାବରେ ବୃଦ୍ଧି ପାଇବ ।

ଯଦି ଆପଣଙ୍କୁ କୌଣସି ବି କାର୍ଯ୍ୟରେ ସଫଳତା ମିଳୁଛି ଅଥଚ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭଦାୟକ ହେଉନାହିଁ ତେବେ ଆଜିର ଦିନରେ ନିତ୍ୟକର୍ମ ସାରି ଗଙ୍ଗା ଜଳକୁ ଶୁଦ୍ଧ ପାଣିରେ ମିଶାଇ ସେହି ଜଳକୁ ଦୂବଘାସ ଦ୍ୱାରା ଭଗବାନ ଗଣେଶଙ୍କୁ ସିଞ୍ଚନ କରନ୍ତୁ ଏବଂ ଭଗବାନଙ୍କୁ ଉପାସନା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା ଅକ୍ଷୁର୍ଣ୍ଣ ରହିବ ।

Leave a Reply

Your email address will not be published. Required fields are marked *