ଭାଙ୍ଗିବନି ପରମ୍ପରା କିମ୍ବା ପ୍ରଚଳିତ ସଂସ୍କୃତି : ଚଳିତ ବର୍ଷ ଏହିପରି ଲାଇଭ୍‌ ଆସିବେ ପ୍ରଭୁ ଶ୍ରୀଗଣେଶ

ପ୍ରତିଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନାନାବିଧ କଟକଣା ସତ୍ତ୍ୱେ ରୋକି ହେଉନି କରୋନା ସଂକ୍ରମଣର ସଂଖ୍ୟା । ଏଣୁ ଆସନ୍ତା ୨୨ ତାରିଖରେ ପଡୁଥିବା ଗଣେଶ ଚତୁର୍ଥୀ ପାଇଁ ରହିଛି ଅନେକ କଟକଣା । ଭକ୍ତମାନେ ସିଧାସଳଖ ସାମିଲ ହୋଇପାରିବେ ନାହିଁ ଶ୍ରୀଗଣେଶ ପୂଜାରେ । ହେଲେ ସେ ବିଘ୍ନହର୍ତ୍ତା, ସବୁ ବିଘ୍ନ ହଟାଇ ସେ ଉଭା ହେବେ ଏଥର ଲାଇଭ୍‌ରେ । ଫେସ୍‌ବୁକ୍‌, ଜୁମ୍‌ ଓ ଗୁଗୁଲ୍‌ ଆଦି ଡିଜିଟାଲ୍‌ ପ୍ଲାଟଫର୍ମରେ ଦର୍ଶନ ଦେବେ ଶ୍ରୀଗଣେଶ ।

ତେବେ ସବୁ ବର୍ଷ ବିଘ୍ନେଶ୍ୱରଙ୍କ ଆଗମନ ଅଳ୍ପ କେତେ ଦିନ ପୂର୍ବରୁ ଚାଲିଥାଏ ବଡ଼ ଧରଣର ମଞ୍ଚ ବନ୍ଧା, ସାଜ୍ଜସଜା । ବିଭିନ୍ନ ପ୍ରଦେଶରେ ଗଢା ଚାଲିଥାଏ ନାନା ପ୍ରକାରର ଗଣେଶ ମୂର୍ତ୍ତିର ପ୍ରସ୍ତୁତି । ତେବେ ଚତୁର୍ଥୀରୁ ଆରମ୍ଭ ହେଇ ଆଗମୀ ଦଶ ଦିନ ଯାଏଁ ପୂଜା ପାଆନ୍ତି ଗଜାନନ । ଯଦିଓ ପାଠପଢା ପିଲାମାନେ ବିଶେଷତଃ ଏଥିରେ ଅଂଶଗ୍ରହଣ କରିଥାନ୍ତି, ତାଙ୍କ ସହିତ କିନ୍ତୁ ପରିବାର ବର୍ଗ, ସାହି ପଡ଼ୋଶୀ ସମସ୍ତେ ସାମିଲ ହୁଅନ୍ତି । ବିସର୍ଜନ କଲାବେଳେ ନାଚଗୀତର ତାଳେ ତାଳେ ଏ ଉତ୍ସବକୁ ସମାପନ କରନ୍ତି ।

ସୂଚନା ଅନୁଯାୟୀ ଏବର୍ଷ କିନ୍ତୁ ଶ୍ରୀଗଣେଶ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ଡିଜିଟାଲ୍‌ ପ୍ଲାଟଫର୍ମରେ । ତେଣୁ ଆଉ ଦିନେ ପରେ ହେବାକୁ ଥିବ ଗଣେଶ ପୂଜା ପାଇଁ ଉତ୍ସାହ କମିନାହିଁ । ମରାଠୀ ମିତ୍ର ମଣ୍ଡଳ, ଆଲାକାନନ୍ଦ ଆଦି ସ୍ଥାନରେ ଫେସ୍‌ବୁକ୍‌ ଲାଇଭ୍‌ରେ ଗଣେଶଙ୍କ ‘ଆରତୀ’ ଏବଂ ଦର୍ଶନର ସୁବିଧା ଯୋଗାଇ ଦିଆଯିବ ବୋଲି କମିଟିର ଆୟୋଜକ ନିବେଦିତା ପାଣ୍ଡେ ସୂଚନା ଦେଇଛନ୍ତି । ତାଙ୍କ କହିବା କଥା ହେଉଛି ବିଗତ ୩୫ ବର୍ଷ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଆମେ ଏପରି ପରିସ୍ଥିତିର ସାମ୍ନା କରୁଛୁ । କରୋନା ସଙ୍କଟ ସମୟରେ ପୂଜା ଆୟୋଜନ ନିହାତି କଷ୍ଟକର ହେଲେ ପରମ୍ପରା ଭାଙ୍ଗିବା  ବି ଏକ ଅଶୁଭ ସୂଚକ ।

Leave a Reply

Your email address will not be published. Required fields are marked *