ଆପଣ କୌଣସି କାମ ପାଇଁ ଅଚାନକ ମୋଟା ଅଙ୍କର ଟଙ୍କା ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ବି ଘରେ ବସି ୫୦,୦୦୦ ଟଙ୍କା ଯାଏଁ ଋଣ କରିପାରିବେ । SBI ଆଣିଛି ଏକ ନୂଆ ଯୋଜନା । ଯୋଜନା ଅନୁସାରେ ବ୍ୟକ୍ତିଗତ ଋଣ ଉପରେ ପ୍ରକ୍ରିୟାକରଣ ଶୁଳ୍କ ଶତ ପ୍ରତିଶର ଛାଡ଼ ମଧ୍ୟ ।
ତେବେ ଋଣ ପାଇଁ ଆବେଦନ କରିବାର ମାତ୍ର ୩ ମିନିଟରେ ଆପଣଙ୍କ ଆକାଉଣ୍ଟକୁ ଚାଳିଆସିବ ଟଙ୍କା । ଆଜ୍ଞା ହଁ, ଆପଣ ଠିକ୍ ଶୁଣୁଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଆପଣଙ୍କୁ ସାହାଯ୍ୟ କରିବାକୁ ମାତ୍ର ୩ ମିନିଟରେ ଉପଲବ୍ଧ କରାଇବ ଋଣ ।

ଏହି ଯୋଜନା ଅଧୀନରେ ଆପଣ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଥିବାବେଳେ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର କୌଣସି ଶାଖାକୁ ଯିବାର ଆବଶ୍ୟକତା ନାହିଁ । ଏହାକୁ ଅନଲାଇନ ଆବେଦନ କରିହେବ । ୩ ମିନିଟରେ ଏକ ଇ-ମୁଦ୍ରା ଋଣ ମିଳିବ । ଏହାବ୍ୟତୀତ ବ୍ୟାଙ୍କ ଆପଣଙ୍କୁ ପୂର୍ବ ଅନୁମୋଦିତ ବ୍ୟକ୍ତିଗତ ଋଣ ଦେଉଛି । ପୂର୍ବ ଅନୁମୋଦିତ ବ୍ୟକ୍ତିଗତ ଋଣ ଯାଞ୍ଚ କରିବାକୁ, ଆପଣଙ୍କୁ PAPL ଲେଖିବା ଏବଂ ଆପଣଙ୍କ ବ୍ୟାଙ୍କ ଖାତାର ଶେଷ ୪ଟି ନମ୍ବର ଲେଖିବା ଏବଂ ଏହାକୁ ୫୬୭୬୭୬ କୁ SMS କରିବା ଆବଶ୍ୟକ ।
ଏଠାରେ ସୂଚନା ଥାଉ ଯେ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ବ୍ୟକ୍ତିଗତ ଋଣ ୯.୬ ପ୍ରତିଶତ ସୁଧ ହାରରେ ଦିଆଯାଉଛି ।