ସଂସ୍କାର: ବର୍ତ୍ତମାନ ଚାଲିଛି ଧର୍ମ ମାସ କାର୍ତ୍ତିକ। ଆଉ ଏହି ଧର୍ମ ମାସରେ ସମସ୍ତେ କିଛିନା କିଛି କାର୍ଯ୍ୟ କରି ଧର୍ମ ଉପର୍ଜନା କରିବାକୁ ଇଛା କରିଥାନ୍ତି। ଏହି ଧାରାରେ ଆଜି ଆମେ ଆପଣଙ୍କୁ କିଛି ନୀତିଜ୍ଞାନ ଦେବାକୁ ଯାଉଛୁ। କାର୍ତ୍ତିକ ମାସ ସରିବା ମଧ୍ୟରେ ଘରେ କଣ ରଖିବା ଦରକାର ଆଉ କଣ ନାହିଁ ଏହା ଜାଣିବା ଆପଣଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ। ବାସ୍ତୁଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ସରିବା ମଧ୍ୟରେ କିଛି ଜିନିଷ କୁ ଘରୁ ଏବଂ ଦୋକାନ ଘରୁ ବାହାର କରିଦେବା ଉଚିତ୍। ଯଦ୍ୱାରା ମନୁଷ୍ୟର ଦୁର୍ଭାଗ୍ୟ ସମାପ୍ତ ହୋଇଯିବ । ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ନିକଟରେ ପ୍ରସନ୍ନ ହେବେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ…
୧- ଦେବୀ ଦେବତାଙ୍କ ଚିରା ଫଟୋ ଅଥବା ଅଧଭଙ୍ଗା ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ। ଏହା ଦ୍ଵାରା ଆପଣଙ୍କ ଧନ ନଷ୍ଟ ହୋଇଥାଏ। ଏହିଭଳି ଫଟୋ ଅଥବା ମୂର୍ତ୍ତିକୁ ଯଥା ସମ୍ଭବ ନଦୀରେ ଭସେଇ ଦିଅନ୍ତୁ।
୨- ପୁରୁଣା ଏବଂ ଚିରା କପଡା ପ୍ରାୟ ଲୋକମାନଙ୍କ ଘରେ ଦେଖିବାକୁ ମିଳିଥାଏ। ଏହିସବୁ ଜିନିଷ ଘରକୁ ଅଶୁଭ ଶକ୍ତି ଆଣିଥାଏ। ଏହିଭଳି ବସ୍ତ୍ର କୁ ଅନ୍ୟ ପୋଛା ପୋଛି କାର୍ଯ୍ୟରେ ବ୍ୟବହାର କରିନେବା ଆବଶ୍ୟକ।
୩- ଘରର ଛାତରେ ପଡିଥିବା ମଇଳା ଦ୍ଵାରା ଆପଣଙ୍କ ଘରେ ଅଭାବ ଦେଖାଯାଇଥାଏ । ଏହାଦ୍ଵାରା ପରିବାର ସଫଳତା ଉପରେ ଖରାପ ପ୍ରଭାବ ଦେଖାଯାଇଥାଏ । ଆପଣ ମାନେ ଘରର ଛାତ ଉପରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।
୪- କେତେକ ଲୋକେ ନିଜ ଘରେ ତାବିଜ ତଥା ରତ୍ନ ପଥର ରଖିଥାନ୍ତି । କେତେକ ପଥର ଭଲ ଫଳ ଦେଇଥାଏ ତ ଆଉ କେତେକ ଖରାପ ଫଳ ଦେଇଥାଏ । ଆପଣ କିଛି ନ ଜାଣି ଘରେ ଏହିଭଳି ବସ୍ତୁ ରଖନ୍ତୁ ନାହିଁ ।
୫- ଆପଣଙ୍କ ପର୍ସ ଛିଣ୍ଡା ନ ହୋଇଥିବା ଦରକାର ଯେଉଁଠାରେ ଆପଣ ଧନ ରଖୁଛନ୍ତି, ସେଠାରେ ଧାର୍ମିକ ବହି ରଖିବା ନିହାତି ଆବଶ୍ୟକ । ଏହାଦ୍ଵାରା ଆପଣଙ୍କର ଧନ ବଢିବ । ଆପଣଙ୍କ ପର୍ସ ରେ ମାତା ଲକ୍ଷ୍ମୀ ତଥା କୁବେର ଦେବ ଙ୍କ ଫଟୋ ରଖିବା ନିଶ୍ଚିନ୍ତ ଆବଶ୍ୟକ ।
୬- ଆପଣ କିଛି ଭଙ୍ଗା ଭାଙ୍ଗି ସାମଗ୍ରୀ କୁ ଘରେ ଆଦୌ ରଖନ୍ତୁ ନାହିଁ । ଏହାଦ୍ଵାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।