ଗଣବଳାତ୍କାର ଆଦୌ ନୂଆ ଘଟଣା ନୁହେଁ କିନ୍ତୁ ଏ କରୋନା ମହାମାରୀ ସଙ୍କଟ ଭିତରେ ବି ! ଏଥର ଘଟଣା ଘଟିଛି ଛତିଶଗଡ଼ର ବିଲାସପୁର ଜିଲ୍ଲାର ଏକ ଘରୋଇ ନର୍ସିଂହୋମର ଆଇସିୟୁରେ । ଜଣେ ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରୀ ଯିଏ ଆଇସିୟୁରେ ଭର୍ତ୍ତି ହୋଇଥିଲା ତା ସହିତ ସେହି ଡାକ୍ତରଖାନାର ୱାର୍ଡ ବୟମାନେ ଏ ଅମାନୁଷିକ କାଣ୍ଡ ଭିଆଇଛନ୍ତି । ଏକ ଲିଖିତ ନୋଟ ମାଧ୍ୟମରେ ପୀଡ଼ିତା ଗ୍ୟାଙ୍ଗରେପ ଅଭିଯୋଗ ପରେ ରାଜ୍ୟ ପୋଲିସ ହତାଶ ହୋଇପଡିଛି ।
ପୀଡ଼ିତାଙ୍କ ପିତା ବିଲାସପୁରର ସିଭିଲ ଲାଇନ ପୋଲିସ ଷ୍ଟେସନ ଏ ଅଭିଯୋଗ ନେଇ ପହଞ୍ଚିଲା ପରେ ପୋଲିସ ଭାରତୀୟ ଦଣ୍ଡବିଧାନ ଆଇନର ଧାରା ୩୭୬ ଅନୁଯାୟୀ ପୋଲିସ ଉକ୍ତ ଅଭିଯୋଗ ରୁଜୁ କରିଥିଲା । ଅବଗତ ପରେ ଏ ଘଟଣାର ତଦନ୍ତ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍. ସିଂହ ଦେବ ଏକ ଉଚ୍ଚ ସ୍ତରୀୟ ଯାଞ୍ଚ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ମଇ ୧୮ ତାରିଖରେ ୧୮ ବର୍ଷର ଛାତ୍ରୀଙ୍କୁ ବିଲାସପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୌଣସି ଔଷଧ ଯୋଗୁ ତାଙ୍କର ଆଲର୍ଜି ହେଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଡକୁ ଗତି କରିଥିଲା । ପୀଡ଼ିତାଙ୍କ ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଛନ୍ତି ଯେ ଝିଅ ଶନିବାର ଅପରାହ୍ନରେ ସାଙ୍କେତିକ ଭାଷାରେ ଏହି ଘଟଣା ବାବଦରେ କହିଥିଲା ।
ଅକ୍ସିଜେନ୍ ମାସ୍କ ଏବଂ ଦୁର୍ବଳତା ହେତୁ ଝିଅ କଥା କହିପାରୁନଥିଲା କେବଳ ଠାରି କଲମ କାଗଜ ମାଗିଥିଲା । ଆଇସିୟୁ ଭିତରେ ୱାର୍ଡ ବୟମାନଙ୍କ ଦ୍ୱାରା ହୋଇଥିବା ଗଣବଳାତ୍କାର ନେଇ ସ୍କେଚ ବର୍ଣ୍ଣନା ଦେଇ ଶବ୍ଦ ମାଧ୍ୟମରେ ପୀଡ଼ିତା ଅଭିଯୁକ୍ତଙ୍କ ତଥା ଘଟଣା ସମ୍ବନ୍ଧରେ ପ୍ରକାଶ କଲା ବୋଲି ପରିବାର ଲୋକେ କହୁଛନ୍ତି ।
ରିପୋର୍ଟ ଅନୁଯାୟୀ ପ୍ରଥମେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନଥିଲା । ପ୍ରକାଶ ଥାଉକି ଯେତେବେଳେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବାକୁ ଲାଗିଲା ସେତେବେଳେ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ଡାକ୍ତରଖାନାରେ ପହଞ୍ଚିଥିଲା । ସେପଟେ ନାବାଳିକା ପୀଡ଼ିତାଙ୍କୁ ଆପୋଲୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।