ସଂସ୍କାର: ଦିଲ୍ଲୀର ଅକ୍ଷୟଧାମ ମେଟ୍ରୋ ଷ୍ଟେସନରେ ଉତ୍ତେଜନା। ସକାଳ ପ୍ରାୟ 7.28 ସମୟରେ, ସିଏସ୍ଏଫ୍ କୁଇକ୍ ରିଆକ୍ସନ୍ ଟିମ୍ କର୍ମଚାରୀମାନେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀ ଜଣକ ମେଟ୍ରୋ ଷ୍ଟେସନ କାନ୍ଥରେ ଚଢି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି।
ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ କ୍ୱିକ ଆକ୍ସନ ଟିମ ଦେଖିବାକୁ ପାଇଥିଲେ ଯେ, ଜଣେ ଯୁବତୀ ଷ୍ଟେସନ ଛାତ ଉପରୁ ତଳକୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଛି । ସକାଳ ପ୍ରାୟ ୭.୨୮ ମି. ସମୟର ଏହି ଘଟଣା ଘଟିଥିଲା । ଜଣେ ଯୁବତୀ ମେଟ୍ରୋ ଷ୍ଟେସନର କାନ୍ଥ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିଲା ।
ସିଆଇଏସଏଫର ଯବାନ ଯେତେବେଳେ ଯୁବତୀଜଣଙ୍କୁ ଏହି କାର୍ଯ୍ୟ କରିବାକୁ ଯାଉଥିବା ଦେଖିଲେ କ’ଣ କରିବେ କିଛି ଚିନ୍ତା କରିପାରିଲେ ନାହିଁ । ପ୍ରଥମେ ଯୁବତୀ ଜଣକୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମାନିନଥିଲେ । ତେଣୁ ଯବାନମାନେ ଯୁବତୀଙ୍କୁ କଥାରେ ମଜାଇରଖିଥିଲେ ।
ଅନ୍ୟପଟେ ତଳେ ଗୋଟିଏ ଚାଦର ଅନ୍ୟମାନେ ଧରି ରଖିଥିଲେ , ଯଦି ଯୁବତୀଜଣକ ଡିଅନ୍ତି ତେବେ ସେହି ଚାଦରରେ ହିଁ ପଡ଼ିବେ । ସେହିପରି ଆମ୍ବୁଲାନ୍ସ ଓ ପୋଲିସଙ୍କୁ ମଧ୍ୟ ଫୋନ କରାଯାଇଥିଲା। ଏହି ସମୟ ମଧ୍ୟରେ ଯୁବତୀଜଣକ ଡେଇଁ ପଡ଼ିଥିଲେ ।
ସୌଭାଗ୍ୟବସତଃ ଯୁବତୀ ଜଣକ ଉକ୍ତ ଚାଦରରେ ହିଁ ପଡ଼ିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲକୁ ପଠାଯାଇଥିଲା । ଯୁବତୀ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି।