ସଂସ୍କାର : ଜଣେ ମହିଳା କାହିଁକି ତାଙ୍କ ପ୍ରେମିକର ପିତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେ ବିଷୟରେ ଭିଡ଼ିଓ ମାଧ୍ୟମରେ ସେୟାର କରିଛନ୍ତି। ଟିକଟକ୍ ବ୍ୟବହାରକାରୀ @ ys.amri କହିଛନ୍ତି ଯେ ତାଙ୍କ ପ୍ରେମିକର ମା’ଙ୍କର ଦେହାନ୍ତ ହେବା ପରେ ତାଙ୍କ ପ୍ରେମିକ ଅତ୍ୟନ୍ତ ଦୁଖିତ ହୋଇଯାଇଥିଲେ। ପ୍ରେମିକର ଏହି ଦୁଃଖ ସମୟରେ ତାଙ୍କୁ ସମର୍ଥନ କରିବା ପାଇଁ ପ୍ରେମିକା ଜଣକ କିଛି କରିବେ ବୋଲି ଚିନ୍ତା କରିଥିଲେ।
ବାସ୍ତବରେ, ତାଙ୍କ ପ୍ରେମିକକୁ ଏହି ଦୁଖରୁ ମୁକ୍ତ କରିବା ପାଇଁ ସେ ତାଙ୍କ ପିତାଙ୍କୁ ବିବାହ କରିଥିଲେ ଯାହା ଦ୍ୱାରା ତାଙ୍କ ପ୍ରେମିକ ଏକ ନୂଆ ମା’ ପାଇବେ। ସେ କହିଥିଲେ ଯେ ମୋର ପ୍ରେମିକର ମା ମରିଗଲେ। ସେତେବେଳେ ମୋର ପ୍ରେମିକ ବହୁତ ଉଦାସ ଥିଲେ। ମୁଁ ତାଙ୍କୁ ଦୁଃଖିତ ହେବାକୁ ଚାହୁଁ ନଥିଲି, ତେଣୁ ମୁଁ ତାଙ୍କ ପିତାଙ୍କୁ ବିବାହ କରିବାକୁ ସ୍ଥିର କଲି ଯାହା ଦ୍ୱାରା ମୋର ପ୍ରେମିକ ପୁନର୍ବାର ଏକ ମାଆ ପାଇବେ। ଯଦିଓ ଅନେକ ଲୋକ ମହିଳାଙ୍କ ବଳିଦାନକୁ ପ୍ରଶଂସା କରୁଛନ୍ତି, ତଥାପି ତାଙ୍କର ଏହି ନିଷ୍ପତ୍ତିରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।