ଝିଅଙ୍କ ସୁପରମାର୍କେଟ ; ଟଙ୍କା ବଳ ଥିଲେ ଏହି ସ୍ଥାନରେ ମିଳିବେ ଇଚ୍ଛା ମୁତାବକ ଝିଅ

ସଂସ୍କାର: ଆମ ହିନ୍ଦୁ ଶାସ୍ତ୍ରରେ ନାରୀ ବ୍ୟବସାୟ କରିବା ଅତ୍ୟନ୍ତ ଘୁର୍ଣ୍ୟ କାର୍ଯ୍ୟ ଅଟେ। କାରଣ ଆମ ହିନ୍ଦୁ ଧର୍ମରେ ନାରୀର ସ୍ଥାନ ଦେବୀ ସମାନ। ଝିଅମାନଙ୍କୁ କିଣିବା କିମ୍ବା ବିକିବା ଆମ ସମାଜରେ ଏକ ଘୃଣ୍ୟ କାର୍ଯ୍ୟ ଭାବରେ ବିବେଚନା କରାଯାଏ, ମାତ୍ର ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଝିଅମାନଙ୍କୁ ଇଚ୍ଛା ମୁତାବକ କିଣାଯାଏ। ଯେଉଁ ବ୍ୟକ୍ତି ଯେତୋଟି ଝିଅ ଚାହିଁବେ ସେହି ଅନୁସାରେ ଝିଅ କିଣିପାରିବେ। ଏହି ସ୍ଥାନକୁ ବିବାହ ବଜାର ମଧ୍ୟ କୁହାଯାଏ। ବୁଲଗେରିଆରେ ରହିଛି ଏହି ଅଭୁତ ସ୍ଥାନ ତଥା ବଜାର। ଏହି ଅଭୁତ ବଜାରରେ ଝିଅ ମାନଙ୍କୁ ବିକ୍ରି କରାଯାଏ। ନିୟମ ଅନୁସାରେ, ଝିଅର ପିତାମାତା ସେମାନଙ୍କୁ ନେଇ କନ୍ୟା ବଜାରରେ ପହଞ୍ଚନ୍ତି। ଏହି ବଜାରରେ କନ୍ୟାର ଅନେକ କ୍ରେତା ରହିଥାନ୍ତି, ଯେଉଁମାନେ ଝିଅ ମାନଙ୍କୁ କିଣିବା ପାଇଁ ଦର/ ମୂଲ୍ୟ ଡାକିଥାନ୍ତି। ଏହାପରେ ଝିଅର ପିତାମାତାମାନେ ସର୍ବୋଚ୍ଚ ଟଙ୍କା ଦେବାକୁ ଥିବା ବ୍ୟକ୍ତିଙ୍କୁ ତାଙ୍କ ଝିଅକୁ ବିକ୍ରି କରି ଦେଇଥାନ୍ତି।

ଏହି କନ୍ୟା ବଜାର ପ୍ରତିବର୍ଷ ବୁଲଗେରିଆରେ ଚାରିଥର ବସିଥାଏ। ବୁଲଗେରିଆ ସ୍ତାରା ଜାଗୋର ନାମକ ଏକ ସ୍ଥାନରେ ଏହି ବଜାର ବା କନ୍ୟା ସୁପରମାର୍କେଟ ବସିଥାଏ। ଏଠାକୁ ଆସୁଥିବା ବର ନିଜ ପସନ୍ଦର କନ୍ୟା କିଣି ତାଙ୍କୁ ନିଜ ପତ୍ନୀ କରି ନିଅନ୍ତି। ଜଣେ ଜଣେ ଦୁଇ କିମ୍ବା ତିନୋଟି କନ୍ୟା କିଣି ନିଜର ପତ୍ନୀ କରିଥାନ୍ତି। ଏହି ଅନନ୍ୟ ପରମ୍ପରା ବୁଲଗେରିଆର ରୋମା ସମ୍ପ୍ରଦାୟରୁ ବର୍ଷ ବର୍ଷ ଧରି ଚାଲିଆସୁଛି।

କନ୍ୟା ବଜାରରେ କେବଳ ଦୁଇଟି ଯୋଗ୍ୟତା ଆବଶ୍ୟକ। ଗୋଟିଏ ହେଲା ଝିଅଟି ଘର କାମ ଜାଣିଥିବା ଦରକାର ଏବଂ ସେ କୁମାରୀ ହୋଇଥିବା ଦରକାର। ଏହି କାରଣରୁ କନ୍ୟା ବଜାରକୁ ଆସୁଥିବା ଅଧିକାଂଶ ଝିଅ ନାବାଳିକା ଅଟନ୍ତି। ଏହି ବଜାରରେ, ନାବାଳିକା ଝିଅମାନଙ୍କର ଦର ୩୦୦ ରୁ ୪୦୦ ଡଲାର ମଧ୍ୟରେ ଆରମ୍ଭ ହୋଇଥାଏ। ବର ବଜାରରେ ପହଞ୍ଚିବା ପାଇଁ, ସେମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରନ୍ତି ଏବଂ ସୁନ୍ଦର ଦେଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଠାରେ ଉପସ୍ଥିତ ପୁଅମାନେ ନିଜ ପସନ୍ଦ ଅନୁଯାୟୀ ଝିଅକୁ ବାଛନ୍ତି ଏବଂ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥାଏ। ବଜାରରେ ଝିଅକୁ ପସନ୍ଦ କରିବା ପରେ ପୁଅ ତାଙ୍କୁ ନିଜ ପତ୍ନୀ ଭାବରେ ଗ୍ରହଣ କରେ ଏବଂ ପିତାମାତାଙ୍କୁ ଏହି ବିବାହରେ ରାଜି ହେବାକୁ ପଡିବ।

Leave a Reply

Your email address will not be published. Required fields are marked *