ଯଦି ମାଆ କରୋନା ପଜିଟିଭ୍ ହୁଅନ୍ତି, ତେବେ ଶିଶୁକୁ ସ୍ତନ୍ୟପାନ କରାଇବା କେତେ ସୁରକ୍ଷିତ ! ଜାଣନ୍ତୁ UNICEF କ’ଣ କହୁଛି

ଜୁନ ୧କୁ ପିତାମାତାଙ୍କୁ ସମ୍ମାନ ଦେବା ଏବଂ ପିଲାମାନଙ୍କ ପ୍ରତି ସେମାନଙ୍କର ନିସ୍ଵାର୍ଥପର ପ୍ରତିବଦ୍ଧତା ପାଇଁ ବିଶ୍ଵବ୍ୟାପୀ “ବିଶ୍ୱ ପିତାମାତା ଦିବସ” ରୂପେ ପ୍ରତିବର୍ଷ ପାଳନ କରାଯାଉଛି । ଯେକୌଣସି ପିତାମାତା ପାଇଁ ସବୁଠାରୁ ବଡ଼ ଆହ୍ଵାନ ହେଉଛି ସମ୍ପ୍ରତ୍ତି କରୋନା ମହାମାରୀ ଭିତରେ ନିଜ ପିଲାଙ୍କୁ ସୁସ୍ଥ ତଥା ନିରାପଦ ରଖିବା । ଏ ବିଶ୍ଵ ସ୍ୱାସ୍ଥ୍ୟ ସଙ୍କଟ ଆଜିକୁ ପ୍ରାୟ ୬-୭ ମାସ ହେବ ହଲାଣି ଓ କେବେ ସମାପ୍ତ ହେବ ତାହା ବି ଅନିଶ୍ଚିନ୍ତ । ତେଣୁ ପିତାମାତା, ବିଶେଷତଃ ନୂଆ କରି ହେଇଥିବା ମାଆମାନେ ଚିନ୍ତାରେ । କାରଣ ନବଜାତ ଶିଶୁ ସ୍ତନ୍ୟପାନ କରିବ ଓ ଯଦି ମାଆ କରୋନା ଆକ୍ରାନ୍ତ ହୋଇଥାଏ ତେବେ !

କୋଭିଡ଼-୧୯ର ସଂକ୍ରମଣତାକୁ ରୋକିବାକୁ ଯାଇ ସମଗ୍ର ବିଶ୍ୱରେ ଲକଡାଉନ ଚାଲିଛି । ଏହି ମହାମାରୀ ସମୟରେ ନୂଆ କରି ହେଇଥିବା  ମାଆମାନଙ୍କୁ ଉତ୍ସବ ପାଳନ କରିବାକୁ ସମୟ ମିଳିନଥିଲା ବରଂ ସେମାନେ ନିଜ ନବଜାତ ଶିଶୁ ପାଇଁ ଚିନ୍ତିତ । UNICEF ନିର୍ଦ୍ଦେଶାବଳୀ ଅନୁଯାୟୀ ଯଦି ମାଆକୁ ଜ୍ୱର, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି କଷ୍ଟ ହେଉଥାଏ ତେବେ ସେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଯେଉଁ ମାଆମାନେ ଶିଶୁ ଜନ୍ମ କରିବାର କିଛି ସମୟ ପୂର୍ବରୁ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଲେ ଏବଂ ଯେଉଁ ମାଆ ନେ ସ୍ତନ୍ୟପାନ କରାଉଥିବା ସମୟରେ ସଂକ୍ରମିତ ହେଲେ ଉଭୟଙ୍କର କ୍ଷୀରରେ ଆଣ୍ଟିବଡି ଉତ୍ପାଦନ ହେଇଥିବ । ସ୍ତନ୍ୟପାନ ଦ୍ଵାରା ଶିଶୁର ପ୍ରତିରକ୍ଷା କ୍ଷମତା ବୃଦ୍ଧି ହେବ ଓ ଶିଶୁକୁ ସୁରକ୍ଷା ଦେବ । ଅତଏବ ଏ ସମୟରେ ଶିଶୁକୁ ସୁରକ୍ଷା ଦେବା ଏବଂ ଭାଇରସ ସହିତ ଲଢିବା ପାଇଁ ସ୍ତନ୍ୟପାନ କରାଇବା ସର୍ବୋତ୍ତମ ଉପାୟ ବୋଲି UNICEF ତରଫରୁ କୁହାଯାଇଛି ।

ତଥାପି ମାଆମାନଙ୍କ ପାଇଁ କେତୋଟି ଜାଣିବା ତଥ୍ୟ, ଯେମିତିକି

– ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମାସ୍କ ପିନ୍ଧନ୍ତୁ

– ଶିଶୁକୁ ଛୁଇଁବା ପୂର୍ବରୁ ଏବଂ ପରେ ସାବୁନରେ ଭଲ ଭାବରେ ହାତ ଧୋଇ ନିଅନ୍ତୁ

– ପ୍ରତିଦିନ ଘରର ଚଟାଣ ସାନିଟାଇଜ କରିବା ସହିତ ସଫା ରଖନ୍ତୁ

– ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବା ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ ଯାହା ପୂର୍ବରୁ ପ୍ରମାଣିତ

– ସ୍ତନ୍ୟପାନ ଦ୍ଵାରା ଶିଶୁକୁ ସୁଷମ ଖାଦ୍ୟ ଦିଏ, ବୃଦ୍ଧିରେ ସାହାଯ୍ୟ କରେ – ଫର୍ମୁଲା ଫିଡ୍ ଅପେକ୍ଷା ମାଆ କ୍ଷୀର ଶିଶୁ ସହଜରେ ହଜମ କରିପାରେ

Leave a Reply

Your email address will not be published. Required fields are marked *