ଝିଅ ହୁଅନ୍ତୁ କିମ୍ବା ପୁଅ ସମସ୍ତଙ୍କୁ ଏକ ସୁନ୍ଦର, ଚିକ୍କଣ ଓ ଚମକଦାର ଚେହେରା ଦରକାର । ଆସନ୍ତୁ ଜାଣିବା ସୁନ୍ଦର ଚେହେରା ପାଇଁ କିଛି ଘରୋଇ ଉପଚାର। ଏହି ଉପଚାର ଗୁଡ଼ିକ ଝିଅ ଓ ପୁଅ ସମସ୍ତେ ବ୍ୟବହାର କରିପାରିବେ।
ସୁନ୍ଦର, ଚିକ୍କଣ ଓ ଚମକଦାର ଚେହେରା ପାଇଁ ଘରୋଇ ଉପଚାର :-
ଟମାଟୋ ଓ ଗ୍ଲାଇସେରିନ୍ :
ସକାଳୁ ଉଠିବା ପରେ ଗୋଟିଏ ଟମାଟୋ କୁ ଅଧା କରି, ସେହି ଟମାଟୋ କୁ ନିଜ ମୁଁହ ରେ 10 ମିନିଟ ପାଇଁ ମାଲିସ କରନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏକ କୋମଳ ତଉଲିଆ ରେ ମୁଁହ କୁ ପୋଛି, ଗ୍ଲାଇସେରିନ୍ (glycerin) କୁ ଲଗାନ୍ତୁ ଏବଂ 15 ମିନିଟ ପରେ ପୁଣି ମୁଁହ କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କରନ୍ତୁ।
ବାଦାମ ତେଲ :
ବାଦାମ ତେଲ କୁ ରାତିରେ ଶୋଇବା ସମୟରେ ପ୍ରତିଦିନ ମୁଁହ ରେ ମାଲିସ କଲେ ଏକ ସୁନ୍ଦର, ଚିକ୍କଣ ଓ ଚମକଦାର ଚେହେରା ପାଇପାରିବେ ।
ବେସନ, ଗୋଲାପ ଜଳ, ହଳଦୀ ଗୁଣ୍ଡ, ମହୁ, ଗ୍ଲାଇସେରିନ୍ :
ବେସନ, ଗୋଲାପ ଜଳ, ହଳଦୀ ଗୁଣ୍ଡ, ମହୁ, ଗ୍ଲାଇସେରିନ୍ (glycerin) କୁ ଏକତ୍ର କରି ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ କୁ ନିଜ ମୁଁହ ରେ ୧୫ ମିନିଟ ପାଇଁ ଲଗାନ୍ତୁ। ପରେ ମୁଁହ କୁ ଥଣ୍ଡା ପାଣିରେ ଧୋଇ ଏକ କୋମଳ ତଉଲିଆ ରେ ମୁଁହ କୁ ପୋଛନ୍ତୁ। ଏହି ପେଷ୍ଟ କୁ ସପ୍ତାହରେ ୨ ଦିନ ଲଗାନ୍ତୁ।
କଫି, ବେସନ, ଦହି,ଲେମ୍ବୁ :
କଫି, ବେସନ, ଦହି,ଲେମ୍ବୁ କୁ ଏକତ୍ର କରି ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ କୁ ନିଜ ମୁଁହ ରେ ୧୫ ମିନିଟ ପାଇଁ ଲଗାନ୍ତୁ। ପରେ ମୁଁହ କୁ ଥଣ୍ଡା ପାଣିରେ ଧୋଇ ଏକ କୋମଳ ତଉଲିଆ ରେ ମୁଁହ କୁ ପୋଛନ୍ତୁ।
ଅଲିଭ୍ ତେଲ :
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଳ୍ପ ବୁନ୍ଦା ଅଲିଭ୍ ତେଲ ନେଇ ଆପଣଙ୍କ ମୁହଁ ଏବଂ ବେକରେ ଲଗାନ୍ତୁ | ପ୍ରାୟ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଉପର ଦିଗରେ ମସାଜ୍ କରନ୍ତୁ | ବର୍ତ୍ତମାନ, ଏକ ତଉଲିଆକୁ ଉଷୁମ ପାଣିରେ ବୁଡ଼ାଇ ଦିଅନ୍ତୁ, ଅତିରିକ୍ତ ଜଳକୁ ଚିମ୍ପୁଡି ଦିଅନ୍ତୁ ଏବଂ ଏହାକୁ ଆପଣଙ୍କ ମୁହଁ ଏବଂ ବେକରେ ପ୍ରାୟ ଏକ ମିନିଟ୍ ରଖନ୍ତୁ | ଟାୱେଲକୁ ପୁଣି ଉଷୁମ ପାଣିରେ ବୁଡ଼ାଇ ମୁହଁ ଏବଂ ବେକରେ ଥିବା ଅତିରିକ୍ତ ତେଲକୁ ଧୀରେ ଧୀରେ ପୋଛି ଦିଅନ୍ତୁ | ଏବେ, ଅନ୍ୟ ଏକ ସଫା ଟାୱେଲ ସହିତ ମୁହଁ ଏବଂ ବେକକୁ ଶୁଖାନ୍ତୁ ।
ନଡିଆ ତେଲ :
ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ୟାଟି ଏସିଡ୍ ଭରପୂର ଅଟେ। ଏହା ପ୍ରାୟ ସମସ୍ତ ଚର୍ମ ରୋଗ ପାଇଁ ଚମତ୍କାର କାମ କରେ। ଏହା ଏକ ଉତ୍କୃଷ୍ଟ ମଶ୍ଚରାଇଜର, କ୍ଲିଜର୍ ଏବଂ ସନ୍ସ୍କ୍ରିନ୍। ଏହା ଆମ ଚର୍ମକୁ ବ୍ରଣମୁକ୍ତ ରଖେ।ଉଷୁମ ନଡ଼ିଆ ତେଲ ସହିତ ନିୟମିତ ମସାଜ କରିବା ଦ୍ୱାରା ଆମ ଚର୍ମ ଉଜ୍ଜ୍ୱଳ ଏବଂ ସୁସ୍ଥ ରହିଥାଏ |
କଞ୍ଚା କ୍ଷୀର (Raw Milk) :
କଞ୍ଚା କ୍ଷୀର କୁ ପ୍ରତିଦିନ ନିଜ ଚେହେରା, ବେକ ଓ ଶରୀରର ଯେ କୌଣସି ଅଙ୍ଗ ରେ ମାଲିସ କଲେ, ଶରୀର ସୁନ୍ଦର ଓ ଚମକଦାର ହୋଇଥାଏ।
କାକୁଡି :
କାକୁଡି କୁ ଗ୍ରାଇଣ୍ଡିଂ କରି ପେଷ୍ଟ ବନାନ୍ତୁ । ଏହି ପେଷ୍ଟ କୁ ନିଜ ମୁଁହ ରେ ୧୫ ମିନିଟ ପାଇଁ ଲଗାନ୍ତୁ। ପରେ ମୁଁହ କୁ ଥଣ୍ଡା ପାଣିରେ ଧୋଇ ଏକ କୋମଳ ତଉଲିଆ ରେ ମୁଁହ କୁ ପୋଛନ୍ତୁ। ଏହାକୁ ପ୍ରତିଦିନ କଲେ ଆଖି ତଳେ ଥିବା କଳା ଦାଗ ଦୂର ହେବା ସହ ମୁଁହ ର ସୌନ୍ଦର୍ଯ୍ୟ ବଢିଥାଏ ।
କଦଳୀ, ମହୁ, ପାଚିଲା ଅମୃତଭଣ୍ଡା :
କଦଳୀ, ମହୁ, ପାଚିଲା ଅମୃତଭଣ୍ଡା କୁ ଏକତ୍ର କରି ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ କୁ ନିଜ ମୁଁହ ରେ ୧୫ ମିନିଟ ପାଇଁ ଲଗାନ୍ତୁ। ପରେ ମୁଁହ କୁ ଥଣ୍ଡା ପାଣିରେ ଧୋଇ ଏକ କୋମଳ ତଉଲିଆ ରେ ମୁଁହ କୁ ପୋଛନ୍ତୁ।
ଏହି ସବୁ ଉପାୟ ରୁ ଆପଣ ଯେ କୌଣସି ଉପାୟ ବ୍ୟବହାର କରିପାରିବେ। ଏହାବ୍ୟତୀତ ପୁଷ୍ଟିକର ଖାଦ୍ୟ ଏବଂ ଅଧିକ ପରିମାଣରେ ଜଳ ଗ୍ରହଣ କରିବା ବହୁତ ଜରୁରୀ ଅଟେ ।