ସୋସିଆଲ ମିଡ଼ିଆରେ ଏକ ଅମୂଳକ ଦାବି ଯେ ରିଜର୍ଭ ବ୍ୟାଙ୍କ୍ ପେମେଣ୍ଟ୍ ଆପ୍ ଗୁଗଲ୍ ପେ’କୁ ବ୍ୟାନ୍ କରିଦେଇଛି । କାରଣ ଗୁଗଲ୍ ପେ’ ଏକ ବୟାନ ଜାରି କରି ଏହା ସ୍ପଷ୍ଟ କରିଛି ଯେ ଗୁଗଲ୍ ପେ’ ପେମେଣ୍ଟ୍ ଆପ୍ କେବଳ ଭାରତରେ ଅଧିକୃତ ହେଇନି ବରଂ ମାନ୍ୟତା ପ୍ରାପ୍ତ UPI ଆପ୍ ଭଳି ଆଇନଗତ ମଧ୍ୟ । କମ୍ପାନୀର କହିବାନୁଯାୟୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ ଏହି ଆପ୍ ଅନଧିକୃତ ଓ ଆଇନ ଦ୍ୱାରା ସଂରକ୍ଷିତ ନୁହେଁ ।
ପେମେଣ୍ଟ୍ ଆପ୍ ଗୁଗଲ୍ ପେ’ କମ୍ପାନୀ ନିଜର ବୟାନ ଦ୍ଵାରା ସ୍ପଷ୍ଟ କରିଛି ଯେ ଏହା ଏକ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ (TPAP) ଭଳି । ଯାହା ଅନ୍ୟ ଆପ୍ ଭଳି ବ୍ୟାଙ୍କିଙ୍ଗ ପାର୍ଟନର୍ସ ଏବଂ NPCI ର UPI ଅପରେସନ୍ ଅଧୀନ UPI ପେମେଣ୍ଟ୍ ସର୍ଭିସ ବି ଦେଇଥାଏ । ଯେକୌଣସି ଅଧିକୃତ TPAP ର ବ୍ୟବହାର ସମସ୍ତ ନେଣଦେଣ ସୁରକ୍ଷିତ । ପୂର୍ବରୁ ମଧ୍ୟ ଗୁଗଲ୍ ପେ’ କହିଥିଲା ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ ନିର୍ଦ୍ଧାରିତ ପ୍ରକ୍ରିୟା ଦ୍ୱାରା ତା ପ୍ଲାଟଫର୍ମର ସମସ୍ତ ନେଣଦେଣ ସମ୍ପୂର୍ଣ ସୁରକ୍ଷିତ ।
ଗୁଗଲର ଜଣେ ପ୍ରବକ୍ତା କହିଛନ୍ତି ଯେ, ଗୁଗଲ୍ ପେ’ ପ୍ଲାଟଫର୍ମରୁ ଟଙ୍କା ଟ୍ରାନ୍ସଫର କରିବା ସମୟରେ ଯଦି କିଛି ଅସୁବିଧା ହୁଏ ତେବେ ତା ସମାଧାନ ଆଇନ ଦ୍ୱାରା କରାଯିବ ନାହିଁ କଥା ଭୁଲ ଏବଂ ଏହାର ସତ୍ୟତାକୁ NPCI ୱେବସାଇଟରେ ଭେରିଫାଇ କରାଯାଇପାରିବ ବୋଲି ଗୁଗୁଲର ଜଣେ ପ୍ରବକ୍ତା କହିଛନ୍ତି । ଚଳିତ ମାସରେ RBI ଦିଲ୍ଲୀ ହାଇକୋର୍ଟକୁ କହିଥିଲେ ଯେ ଗୁଗଲ୍ ପେ’ ଏକ ଥାର୍ଡ଼ ପାର୍ଟି ଏବଂ କୌଣସି ଦେୟ ସଞ୍ଚାଳିତ କରୁନାହିଁ । RBI ର ମୁଖ୍ୟ ନ୍ୟାୟାଧୀଶ ଡି.ଏନ. ପଟେଲ ଏବଂ ନ୍ୟାୟମୂର୍ତ୍ତି ପ୍ରତୀକ ଜଲାନ କହିଥିଲେ ଯେ ଗୁଗୁଲ୍ ପେ’ର ସଞ୍ଚାଳନ ୨୦୦୭ ର ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନର ଉଲ୍ଲଂଘନ କରୁନାହିଁ ।