କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମି ବା ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ। ବିଶ୍ୱାସ ରହିଛି ଯେ,କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀ କୃଷ୍ଣ ବ୍ରଜ ବାସୀଙ୍କୁ ରକ୍ଷା କରିବା ପାଇଁ ଗୋବର୍ଧନ ପର୍ବତ ଉଠାଇଥିଲେ। ଏହା ପରେ ବା ଅଷ୍ଟମୀ ଦିନ ଦେବରାଜ ଇନ୍ଦ୍ର ଭଗବାନ ଶ୍ରୀକୃଷ୍ନ କୁ କ୍ଷମା ମାଗିଥିଲେ ଏବଂ କାମଧେନୁ ଗାଈ ନିଜ କ୍ଷୀରରେ ଭଗବାନଙ୍କ ଅଭିଷେକ କରିଥିଲେ। ଏହି କାରଣରୁ ଶ୍ରୀକୃଷ୍ଣ ଙ୍କ ନାମ ଗୋବିନ୍ଦ ବୋଲି ବିଶ୍ୱାସ କରାଯାଏ।

ଗାଈ ଙ୍କ ବୈଜ୍ଞାନିକ ମହତ୍ୱ କଣ ? ଭୌତିକ ବିଭାଗ ର ପ୍ରଫେସର ଏନ ଉତ୍ତମ ଙ୍କ କହିବା ଅନୁଯାଇ ଗାଈ ର ଗୋବର ସୂର୍ଯ୍ୟ ଠାରୁ ବାହାରୁଥିବା ରଶ୍ମି ଓ ପରମାଣୁ ବିକିରଣ କୁ କମ କରିବାରେ କ୍ଷମତା ରଖିଥାଏ। ଗାଈର ଗୋବର ରେ ଏଲଫା, ବିଟା ଓ ଗାମା କିରଣ କୁ ଅବଶୋଷିତା କରିବାରେ କ୍ଷମତା ମଧ୍ୟ ରହିଛି। ପୂର୍ବରୁ ମଧ୍ୟ ଏହି ବୈଜ୍ଞାନିକ କାରଣ ପାଇଁ ଘରେ କିମ୍ବା ଘର ବାହାରେ ଗୋବର ଲିପା ପରମ୍ପରା ରହିଆସୁଛି। ଏବଂ ଏହା ମଧ୍ୟ କୁହାଯାଇଛି ଯେ ଗାଈର ସିଂଘ ଓ ଚୁଳ ଏଣ୍ଟିନା ଭଳି କାମ କରିଥାଏ। ସିଂଘ ଓ ଚୁଳ ଦ୍ଵାରା ଆକାଶୀୟ ଉର୍ଜା କୁ ସଂଚାରିତ କରିଥାଏ ଏବଂ ଏହି ଉର୍ଜାର ଫଳ ସ୍ୱରୂପ ଆମକୁ ଗୋମୂତ୍ର ଏବଂ କ୍ଷୀର ଓ ଗୋବର ସର୍ବଦା ହିତକାରୀ ହୋଇଥାଏ। ତେଣୁ ହିନ୍ଦୁ ଧର୍ମ ଅନୁସାରେ ଗୋମାତା କୁ ପ୍ରାଧାନ୍ୟ ଦିଆଯାଉଛି।

ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମା ଯଶୋଦାଙ୍କ ପାଖେ ବହୁତ ଜିଦ କଲେ ତାଙ୍କ କଥାରେ ରାଜି ହୋଇ ମା ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ। ଏବଂ ପୂଜା କରିବାପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠେଇଥିଲେ। ଯାହା ଫଳରେ ଗାଈଙ୍କ ପୂଜା କଲେ ସବୁ ଦେବଦେବୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ମଧ୍ୟ କରାଯାଏ। ଏବଂ ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କ ଭିତରେ ୩୩ କୋଟି ଦେବତା ଥିବା ବିଶ୍ୱାସ କରାଯାଏ। ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରାଇଥିଲେ ସେହିଦିନ ଠାରୁ ଗୋପାଷ୍ଟମିରେ ଗାଈ ପୂଜା ପାଆନ୍ତି।କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମି ଦିନ ଗାଈ ଏବଂ କୃଷ୍ଣଙ୍କ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ମଦ୍ୟ କରାଯାଏ ।