ନୂଆଦିଲ୍ଲୀ : କରୋନାଭାଇରସ ମହାମାରୀକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ମିଛ ସମ୍ବାଦ ତଥା ଭିତ୍ତିହୀନ ଗୁଜବ ଘୁରିବୁଲୁଛି । ଏହି କାରଣରୁ ଭାରତ ସରକାର “ମାଇଗୋଭ କରୋନା ହେଲ୍ପଡେସ୍କ” ତିଆରି କରିଛନ୍ତି । ନାଗରିକମାନଙ୍କୁ ଶିକ୍ଷିତ କରିବା ଏବଂ ସେମାନଙ୍କୁ ହ୍ଵାଟ୍ସଆପ୍, ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଭୁଲ ତଥ୍ୟରୁ ଦୂରେଇ ରଖିବା ତଥା COVID-୧୯ ର ସମସ୍ୟାର ସମାଧାନ ପାଇଁ ସରକାର “ହ୍ଵାଟ୍ସଆପ୍ ଚାଟବୋଟ୍” ଆରମ୍ଭ କରିଛନ୍ତି ।
‘ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଅଥରିଟି ଅଫ୍ ଇଣ୍ଡିଆ (NPPA)ର ଅଫିସିଆଲ୍ ହ୍ୟାଣ୍ଡଲ୍ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ହ୍ଵାଟ୍ସଆପ୍ ନମ୍ବର ଏହି ପ୍ରକାଶ କରିଛି । କେବଳ ୯୦୧୩୧୫୧୫୧୫ ହ୍ଵାଟ୍ସଆପ୍ ନମ୍ବର ସେଭ୍ କର ଏବଂ କରୋନା ସମ୍ବନ୍ଧିତ ସମସ୍ତ ପ୍ରଶ୍ନଗୁଡ଼ିକ ଉପରେ ତୁମେ ସ୍ୱୟଂଚାଳିତ ପ୍ରତିକ୍ରିୟା ପାଇବ ।
କରୋନାଭାଇରସ ପାଇଁ ଜାତୀୟ ହେଲ୍ପଲାଇନ ନମ୍ବର ହେଉଛି +୯୧-୧୧-୨୩୯୭୮୦୪୬ ଏବଂ ଟୋଲ୍ ଫ୍ରି ନମ୍ବର ହେଉଛି ୧୦୭୫ । COVID-୧୯ ସଂଶ୍ଳିଷ୍ଟ ସମସ୍ୟାର ସମାଧାନ ପାଇଁ ସରକାର ଏକ ଇମେଲ id (ncov2019@gov.in) ମଧ୍ୟ ପ୍ରକାଶ କରିଛନ୍ତି ।
କରୋନାଭାଇରସ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ରାଜ୍ୟ ଏବଂ ସ୍ଵଂଶାସିତ କେନ୍ଦ୍ରଗୁଡ଼ିକର ହେଲ୍ପଲାଇନ ନମ୍ବର ମଧ୍ୟ ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ମାମଲା ଦାଖଲ ହୋଇଥିବାବେଳେ ସାରା ଭାରତରେ ୧୭୩ କରୋନାଭାଇରସ ମାମଲା ନିଶ୍ଚିତ ହୋଇଛି । ମହାରାଷ୍ଟ୍ରରେ ମାମଲା ସଂଖ୍ୟା ସର୍ବାଧିକ ୪୭ ରହିଥିଲାବେଳେ କେରଳ ୨୭, ଉତ୍ତର ପ୍ରଦେଶ ୧୯ ଟି ସୁନିଶ୍ଚିତ ମାମଲା ରିପୋର୍ଟ କରିଛି । ଦିଲ୍ଲୀରୁ ୧୨ଟି COVID-୧୯ ମାମଲା ରୁଜୁ ହୋଇଛି । ହରିୟାଣା ଏବଂ କର୍ଣ୍ଣାଟକ ଯଥାକ୍ରମେ ୧୭ ଏବଂ ୧୪ ଟି ମାମଲା ରିପୋର୍ଟ କରିଛନ୍ତି ।