ଜୁଲାଇରୁ ନଭେମ୍ବର ଯାଏ ଏମାନଙ୍କୁ ମିଳିବ ମାଗଣାରେ ଚାଉଳ ଓ ଡାଲି : ପଢନ୍ତୁ ପୁରା ରିପୋର୍ଟ

କରୋନା ସଙ୍କଟ ଯୋଗୁ ଅନେକେ ରୋଜଗାରହୀନ ଓ ଘରେ । ଲକଡାଉନ ଓ କଟକଣା ଯୋଗୁ ସାଧାରଣ ଜୀବିକା ବିପନ୍ନ ହୋଇ ପଡ଼ିଥିଲା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ହିତାଧିକାରୀଙ୍କୁ ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦିଆଯିବ । ଗରିବ ଲୋକଙ୍କ ପେଟପାଟଣାକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶନାମା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରାୟ ୧୦ଲକ୍ଷ ହିତାଧିକାରୀ ଏହି ନୂଆ ଘୋଷଣାନାମାରେ ଉପକୃତ ହେବେ । ନିୟମ ଅନୁଯାୟୀ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଚାଉଳ ସାଙ୍ଗକୁ ପରିବାର ପିଛା ୧ କେଜି ଡାଲି ମାଗଣାରେ ଦିଆଯିବ । ଏହି ବଣ୍ଟନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ରାଜ୍ୟ ସରକାର ନିଜେ ବହନ କରିବେ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନାରେ ନଭେମ୍ବର ମାସ ଯାଏଁ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ । କିନ୍ତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *