ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମଗ୍ର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି କାହିଁକି ନା ବାହା ବେଦୀରୁ ବରକୁ ଉଠାଇ ନେଇଥିଲା ପୋଲିସ।

ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା, ସରକାର ଜାରି କରିଥିବା କରୋନା ପ୍ରୋଟକଲ ଅନୁଯାୟୀ ବାହାଘର ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଆଁ ଯାଇଥିଲା ତେବେ ସେ କୋରନା ଟେଷ୍ଟ କରିଥିବା ବେଳେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଏହା ସତ୍ତ୍ବେ ବି ଘରଲୋକ ଜୋରଜବରଦସ୍ତ ବାହାଘର କରାଉଥିଲେ । ଏ ନେଇ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଏହା ସହ ବରକୁ ବେଦୀରୁ ଉଠାଇ ନେଇ ଏକ ଘରେ ଆଇସଲେସନରେ ରଖାଯାଇଥିବା ବେଏ । କନ୍ୟା ଜଣଙ୍କ ନିକଟସ୍ଥ ଗାଁର ହୋଇଥିବାରୁ ତାଙ୍କୁ ମଧ୍ୟ ଗାଁର ଏକ ଘରେ ଆଇସୋଲେସନରେ ରଖାଯାଇଛି ।
ଆପଣ ଜାଣିଥିବେ ଯେ ସଂକ୍ରମଣ ହାର ଦିନକୁ ଦିନ ବଢୁଥିବା ରୁ ରାଜ୍ୟ ସରକାର ଲକଡାଉନ୍ ଅବଧି ଜୁନ୍ ୧ ଯାଏଁ ବୃଦ୍ଧି କରିଛନ୍ତି । ଏବଂ ଲକଡାଉନ୍ କଟକଣାକୁ ମଧ୍ୟ କଡାକଡୀ କରିଛନ୍ତି ଏମିତିକି ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏଣିକି ବାହାଘରରେ ମାତ୍ର 25 ଜଣ ଯାଇ ପାରିବେ। ଭୋଜି ଭାତ ବନ୍ଦ ଏବଂ କହାକୁ ବସାଇ ଖାଇବାକୁ ଦେଇ ପାରିବେ ନାହିଁ । କିନ୍ତୁ ପୂର୍ବରୁ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିଲା, ବାରଣ ସତ୍ୱେ ତଥାପି ଲୋକଙ୍କୁ ଚେତା ପଶୁନି ।