ଅହମ୍ମଦାବାଦ : ଭାରତ କ୍ରମାଗତ ଭାବରେ ଦିନକୁ 3 ଲକ୍ଷ ଅଧିକ ମାମଲା ରେକର୍ଡ କରୁଥିବାରୁ ଗୁଜୁରାଟ ସମେତ ଅନେକ ରାଜ୍ୟ ଏହି ଭୁବାଣୁ ବିସ୍ତାରକୁ ରୋକିବା ପାଇଁ ଆଂଶିକ ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ ସରକାର। କିନ୍ତୁ ମହାମାରୀ, COVID-19 ଦ୍ୱାରା ପ୍ରଭାବିତ ଲୋକଙ୍କ ବିଷୟରେ ଭୟଙ୍କର କାହାଣୀ ଏବଂ ଲୋକଙ୍କୁ ଘରକୁ ଫେରିବା ଏବଂ ସାମାଜିକ ଦୃଷ୍ଟିରୁ ଦୂରେଇ ରହିବାକୁ ଅନୁରୋଧ କରୁଥିବା ସରକାରୀ ନିର୍ଦ୍ଦେଶଗୁଡ଼ିକ ପ୍ରାୟତ ଫେଲ ମାରିଆ ଭଳି ମନେହୁଏ।
ନିକଟରେ ସୋସିଆଲ ମିଡିଆରେ ଏବେ ପାଣି ଗରା ମୁଣ୍ଡାଇ ଶୋଭାଯାତ୍ରାରେ ଯାଉଥିବା ମହିଳାମାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଦିନ ଅହମ୍ମଦାବାଦ ଜିଲ୍ଲାର ସାଣନ୍ଦ ତାଲୁକ ନବପୁରା ଗ୍ରାମରେ ବଲିୟାଦେବ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ଯିବାର ଭିଡିଓ ଭାଇରାଲ ହୋଇଥିଲେ। ସେପଟେ ସରକାରଙ୍କ ଭିଭିନ୍ନ କଟକଣା ସତ୍ୱେ ନା ସାମାଜିକ ଦୂରତା ପାଳନ ମଧ୍ୟ ପାଳନ କରୁଛନ୍ତି ।
ଏହି ଭାଇରାଲ ଭିଡ଼ିଓ କ୍ଲିପ୍ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ
ସମୁଦାୟ କେତେ ଲୋକ ସେଠାରେ ଅଛନ୍ତି ତାହା ଅସ୍ପଷ୍ଟ ଥିବାବେଳେ, ସମାବେଶର ଭିଡିଓଗୁଡ଼ିକ ଶହ ଶହ ମହିଳା ମୁଣ୍ଡରେ ଗରା ମୁଣ୍ଡାଇ ଶୋଭାଯାତ୍ରାରେ ଧୀରେ ଧୀରେ ଯାଉଥିବା ଦେଖାଯାଉଛି । ଦୃଶ୍ୟରେ କେହି ଜଣେ ବି ମାସ୍କ ପିନ୍ଧିବାର ଦେଖାଯାଉ ନାହିଁ, ସେମାନେ ପରସ୍ପରର ନିକଟତର ଭାବରେ ଏକତ୍ର ହୋଇ ଯାଉଛନ୍ତି, ସହ ସହ ମହିଳା କୋଭିଡ କଟକଣାକୁ ବେଖାତିର କରି କରୋନା ଭାଇରସ ମହମାରୀରୁ ନିଜ ପରିବାରରକୁ ରକ୍ଷା କରିବା ନିମନ୍ତେ ବଲିୟାଦେବ ମନ୍ଦିରରେ ଜଳାବିଷେକ କରିଛନ୍ତି।
ଏହି କ୍ଲିପ୍ ଭାଇରାଲ ହେବା ପରେ ଅହମ୍ମଦାବାଦ ଗ୍ରାମ୍ୟ ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କେ.ଟି କାମାରିଆ (KT Kamaria) ସ୍ପଷ୍ଟ କରିଛନ୍ତି ଯେ ମ୍ୟୁଜିକ ସିଷ୍ଟମ ଗାଡି ଓ ଗାଁର ସରପଞ୍ଚ ସମେତ 23 ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୮୮ ସାଙ୍ଗକୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଓ ମହାମାରୀ ଅଧିନିୟମରେ ମୋକଦ୍ଦମା ରୁଜୁ କରିଛି। କରୋନା ମହାମାରୀ ସମୟରେ ଏଭଳି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବା କେତେ ଯଥାର୍ଥ ଏହା କେବଳ ସମୟ ସହ ସେହି ରାଜ୍ୟର ଅଧିକାରୀ ହିଁ କହିପାରିବେ।