ପୋଲିସ ମାଡ଼ ସହି ନପାରି ଚାଷୀ ଦମ୍ପତ୍ତି ପିଇଦେଲେ ବିଷ, ଆଉ ତାପରେ … : ଦେଖନ୍ତୁ ଭିଡ଼ିଓ

ଭୋପାଳ: କରୋନା କଟକଣା ନିୟମ ଉଲଂଘନକୁ ନେଇ ପୋଲିସର ବର୍ବରତା ସାମ୍ନାକୁ ଆସିଥିଲା ହେଲେ ଏବେ ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଘଟିଥିବା ଏକ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ବର୍ବରତା ଭିଡ଼ିଓ ହେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏମିତିକି ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି ।

ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବିଜ୍ଞାନ କଲେଜ ନାମରେ ଥିବା ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ୍‌ । କିନ୍ତୁ ଉକ୍ତ ଜମିରେ ଘର କରି ରହି ଆସୁଥିବା ଚାଷୀ ପରିବାର ଅନୁନୟ ହୋଇ ପୋଲିସକୁ କହୁଛି ଯେ ଏଥର ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଛି । ଫସଲ କାଟିବା ଯାଏଁ ସମୟ ଦିଅ, ତା’ପରେ ଜମି ଖାଲି କରିଦେବି । ହେଲେ ଗରିବ ଚାଷୀର ବିକଳ ଅନୁନୟ ପାଲିସ ଶୁଣି ନଥିଲା । ଜମି ଖାଲି କରି ନଥିଲେ ବୋଲି ବରଂ ପୋଲିସ କର୍ମଚାରୀ ଅତି ନିର୍ଦ୍ଦୟ ଭାବେ ଚାଷୀ ପରିବାରକୁ ଲାଠିରେ ପିଟି ଚାଲିଥିଲେ । ଆଖି ଆଗରେ ଫସଲ ନଷ୍ଟ ଏବଂ ପୋଲିସର ବର୍ବର ମାଡ଼ ସହି ପାରିନଥିଲେ ଦମ୍ପତ୍ତି ।

ଚାଷୀ ଦମ୍ପତି ଦୁହେଁ ବାରମ୍ବାର କହୁଥିଲେ ଯେ ତାଙ୍କ ଉପରେ କରଜ ଅଛି । କରଜ ସୁଝିବାକୁ ଫସଲ କାଟିବାକୁ ହେବ । କିନ୍ତୁ ପୋଲିସ ସେସବୁକୁ ଭ୍ରୂକ୍ଷେପ କରିନଥିଲା ଓ ଶେଷରେ ଚାଷୀ ଦମ୍ପତି କୀଟନାଶକ ପିଇ ଦେଲେ । ସେମାନେ ବିଷ ପିଇ ବେହୋସ ହୋଇ ଯାଇଥିଲେ ସୁଦ୍ଧା ପୋଲିସଙ୍କ ହୃଦୟ ତରଳି ନଥିଲା । ବରଂ ଭାରି କଠୋରପଣ ବାରି ହେଇପଡୁଛି ଭିଡ଼ିଓଟିରୁ ।

ଜଣେ ମହିଳା ପୋଲିସ ଚାଷୀ ପରିବାରକୁ ଗୋଇଠା ମାରିବା, ଚାଷୀ ଦମ୍ପତି ନିଜ ୭ ଟି ପିଲାଙ୍କ ସହିତ ପୋଲିସକୁ ରୋକିବାକୁ ଚେଷ୍ଟା କରିବା, ଏମିତିକି  ଏପରକି ମହିଳାଙ୍କ ପୋଷାକକୁ ମଧ୍ୟ ମହିଳା ପୋଲିସ ଜଣକ ଫାଡ଼ି ଚିରି ଦେବା କଣ ସତରେ ଅମାନବିକତା ନୁହେଁ ! ମହିଳା ଜଣକ ବିକଳ ହୋଇ କାନ୍ଦୁଛନ୍ତି । ତାଙ୍କ ପାଖରେ ବସିଥିବା କୁନି କୁନି ପିଲାମାନେ ମଧ୍ୟ କାନ୍ଦୁଛନ୍ତି । ଏ ଭିଡ଼ିଓ ଆଖିରୁ ଲୁହ ନିଗାଡ଼ି ଦେଉଛି ।

ଏହି ଘଟଣାକୁ ନେଇ କଂଗ୍ରେସ କିନ୍ତୁ ଶିବରାଜ ସରକାରକୁ ଟାର୍ଗେଟ କରିଛି ଓ ସରକାର ଆକ୍ସନ ମୁଡ୍‌କୁ ଆସିଛନ୍ତି । ଘଟଣା ପରେ ଗୁନା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବଦଳି ଦାବି ଜୋର ଧରୁଥିବା ବେଳେ ଏହି ମାମଲାକୁ ନେଇ ବିରୋଧୀ ସରକାରଙ୍କୁ ଘେରାଉ କରିବାକୁ ଆରମ୍ଭ କଲେଣି । ଏହାସହିତ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ମଧ୍ୟ ହେଉଛି ।

Leave a Reply

Your email address will not be published. Required fields are marked *