ଆସାମ : ଗୌହାଟିର ଜଣେ ଯୁବକ ପେଟରେ ଯନ୍ତ୍ରଣା ହେଉଛି ବୋଲି ହସ୍ପିଟାଲ ଗଲେ କିନ୍ତୁ ହସ୍ପିଟାଲରେ ଡାକ୍ତରଙ୍କ ପାଇଁ ତାହା ଥିଲା ଆଚମ୍ବିତ କଲାଭଳି ଘଟଣା । ରୋଗୀର ଷ୍ଟୁଲ ପରୀକ୍ଷା କରିବା ସହିତ ଏଣ୍ଡୋସ୍କୋପି ବି କରାଗଲା ହେଲେ ତାଙ୍କ ପେଟରେ କିଛି ନଥିଲା । ଯାଞ୍ଚ ପରେ ରୋଗୀ ସ୍ଵୀକାର କଲେ ଯେ ସେ ପ୍ରାୟ ୨ ଫୁଟ ଲମ୍ବା ହେଡଫୋନ୍ କେବୁଲ ଗିଳି ଦେଇଛନ୍ତି ଯଉଟା ମିଛ ସାବସ୍ତ୍ୟ ହେଉଥିଲା ।
କୌତୁହଳର ବିଷୟ ଯେ ଗୌହାଟିର ଜଣେ ସର୍ଜନ ଡାକ୍ତର ୱାଲି ଇସଲାମ ରୋଗୀର ଏକ୍ସ-ରେ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଯେତେବେଳେ ସେ ମୂତ୍ରାଶୟରେ ମୋବାଇଲ୍ ଚାର୍ଜିଂ କେବୁଲ ଦେଖିଥିଲେ ଚକିତ ହୋଇ ରହିଯାଇଥିଲେ । ତାଙ୍କ କହିବାନୁଯାୟୀ ୨୫ ବର୍ଷ କ୍ୟାରିୟର ଭିତରେ ଏହା ଥିଲା ପ୍ରଥମ ଘଟଣା । ଅପରେସନ କରି ମୂତ୍ରାଶୟରୁ ମୋବାଇଲ୍ ଚାର୍ଜିଂ କେବୁଲ କାଢିବା ।
ଡାକ୍ତରଙ୍କ କହିବାନୁଯାୟୀ ସନ୍ନିବେଶ ପ୍ରକ୍ରିୟା ଏକ ପ୍ରକାର ମାଷ୍ଟର୍ବେସନ । ଯୁବକ ଜଣକ ଯୌନ ସୁଖ ପାଇବା ପାଇଁ ନିଜ ଲିଙ୍ଗ ମାଧ୍ୟମରେ ଅନ୍ୟ ଜିନିଷ ଓ କେବୁଲ ଭର୍ତ୍ତି କରିବାର ଅଭ୍ୟାସ ପୂର୍ବରୁ ରଖିଥିଲେ, ହେଲେ ଏଥର କେବୁଲ୍ ତାଙ୍କ ମୂତ୍ରାଶୟରେ କେମିତି ପହଞ୍ଚିଯାଇଥିଲା । କେବୁଲ୍ ଭର୍ତ୍ତି କରିବାର ୫ ଦିନ ପରେ ଯୁବକଟି ହସ୍ପିଟାଲ ଆସିଥିଲା ଓ ବାରମ୍ବାର ସେ ଏହାକୁ ଖାଇଦେଇଥିବା କଥା କହିଥିଲା ।
ଡାକ୍ତର ଇସଲାମ ନିଜ ଫେସବୁକ ଆକାଉଣ୍ଟରେ ଏ ବିଷୟ ନେଇ ନିଜ ଅଦ୍ଭୁତପୂର୍ଣ୍ଣ ଅନୁଭୂତି ବିଷୟରେ ଶେୟାର କରିଛନ୍ତି । ଏମିତିକି ଘଟଣାର ଅସ୍ତ୍ରୋପଚାର ଭିଡ଼ିଓ ଏବଂ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ରୋଗୀର ଶରୀରରୁ କେବୁଲ୍ ସଫଳତାର ସହ ଉଦ୍ଧାର କରାଯାଇଥିବାର ପ୍ରକୃତ ମୁହୂର୍ତ୍ତମାନ ଅଛି । ତେବେ ରୋଗୀ ଜଣଙ୍କ ଏବେ ବିପଦମୁକ୍ତ ।