ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ ।
ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍, ଫାଇବର୍, ଭିଟାମିନ୍ ସି’, ନିୟାସିନ୍, ଆଇରନ୍, ଫଲିକ୍ ଏସିଡ୍, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ ।
ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ଏହି କାରଣରୁ ହୃତ୍ପିଣ୍ଡ ଜନିତ ରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ ।
ଲୋକମାନେ ଶୀତଦିନ ମେଥି ଖାଇବାକୁ ପସନ୍ଦ କରନ୍ତି କାରଣ ଏହାର ଉଷ୍ମତା ପ୍ରଭାବ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଏଥିରେ ଆମିନୋ ଏସିଡ୍ ମିଳିଥାଏ । ଏହା କେଶ ପାଇଁ ଭଲ ବିବେଚନା କରାଯାଏ । ଏହା ବ୍ୟତୀତ ଏଥିରେ ଫାଇବର ଅଧିକ ଏବଂ କ୍ୟାଲୋରୀରେ କମ୍ ।
କେଶ ଝଡ଼ିବା କମ କରେ ମେଥି ଏକ ଔଷଧୀୟ ଉଦ୍ଭିଦ ମଧ୍ୟ କୁହାଯାଇପାରେ । ଆଜିକାଲି କେଶ ପାଇଁ ଅଧିକାଂଶ ସାମ୍ପୁ କଣ୍ଡିସନର ବ୍ୟବହାର କରାଯାଉଛି, ଯାହା କେଶ ପାଇଁ ଆଦୌ ଭଲ ନୁହେଁ । ବାସ୍ତବରେ, ମେଥିରେ ଆଣ୍ଟି ଡାଣ୍ଡ୍ରଫ୍ ଗୁଣ ଅଛି ।
ଏହି କାରଣରୁ, ମେଥିକୁ ପାଣିରେ ଭିଜାଇ କେଶରେ ଏହାର ପେଷ୍ଟ ଲଗାଇଲେ, ଚନ୍ଦାପଣ ଦୂର ହୋଇଯାଏ । ଏହା ବ୍ୟତୀତ ମଧୁମେହ ରୋଗୀଙ୍କ ପାଇଁ ମେଥି ମଧ୍ୟ ବେଶ ଜରୁରୀ । ଏହି ରୋଗୀ ସକାଳେ ଏହାର ପାଣି ପିଇବା ଲାଭଦାୟକ