ନିଆଁ ଲିଭାଇଲା ବେଳେ ପାଳଗଦାରୁ ମିଳିଲା ଅଧା ଜଳା ମୃତଦେହ : ହତ୍ୟା ନା ଆତ୍ମହତ୍ୟା !

ନୂଆପଡ଼ା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁରୁ ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା । ଜଳନ୍ତା ଏକ ପାଳଗଦାରୁ ଠାବ ହୋଇଛି ଅଧା ଜଳା ମୃତଦେହ । ତେବେ ନିଆଁ ଲିଭାଇବା ବେଳେ ମୃତଦେହ ଦେଖିଲେ ପରିବାର ଲୋକେ ଆଚମ୍ବିତ ଏବଂ ନିଆଁ ଭଳି ଏ ଖବର ଚାରିଆଡ଼େ ବ୍ୟାପିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ସମସ୍ତେ ଘରେ ଶୋଇଥିଲେ । ସକାଳୁ ଉଠିଲାବେଳକୁ ପାଳଗଦା ଜଳୁଥିବା ଦେଖିଲେ ପରିବାର ଲୋକେ । ତେବେ ନିଆଁକୁ ଲିଭାଇବା ସମୟରେ ସେମାନେ ପାଳ ଗଦାରେ ଏକ ମୃତଦେହ ଠାବ କଲେ ଯାହା ଅଧା ଜଳି ସାରିଥିଲା । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡ଼ିନାହିଁ । ଏନେଇ ପୋଲିସକୁ ଖବର ଦେଲାପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଛାନଭିନ୍ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *