ଭାରତୀୟ କ୍ରିକେଟର ହରବଜନ ସିଂ ସୋସିଆଲ ମିଡ଼ିଆରେ ଆଧୁନିକ ଖାଇବା ଥାଳି ନେଇ ଏକ ଟ୍ଵିଟ୍ କରିଛନ୍ତି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଏକ ଖାଇବା ଥାଳି ପୋଷ୍ଟ କରି ସେ ମଜାଳିଆ କରି ଲେଖିଛନ୍ତି ଯେ ଫୋନ ରଖିବା ପାଇଁ ସ୍ଥାନ ଥିବା ଆଧୁନିକ ଥାଳି । ନିଜ ପାଇଁ ଅର୍ଡର କରନ୍ତୁ ।

ତେବେ ପୋଷ୍ଟ କରିଥିବା ସେ ଖାଇବା ଥାଳିରେ ସତ ସତିକା ଭାତ, ଡାଲି, ତରକାରୀ ଆଦି ବ୍ୟତୀତ ମୋବାଇଲ ଫୋନ ରଖିବା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ସୋସିଆଲ ମିଡ଼ିଆରେ ଶେୟାର ହୋଇଥିବା ହରଭଜନ ସିଂଙ୍କ ଏହି ପୋଷ୍ଟକୁ ଅନେକ ଲୋକ ଲାଇକ୍ କରିଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି ।
ଟ୍ଵିଟରର ୟୁଜର୍ସମନେ ବି ଏହି ପୋଷ୍ଟର ଉତ୍ତର ରଖିବାକୁ ଯାଇ ମଜା ମଜା କମେଣ୍ଟ୍ ସବୁ ଲେଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ବର୍ତ୍ତମାନର ଦୁନିଆର ପ୍ରକୃତ ସମସ୍ୟା ପାଇଁ ଏହା ହେଉଛି ସର୍ବୋତ୍ତମ ଅଭିନବ ସମାଧାନ । ଅନ୍ୟ ଏକ ମନ୍ତବ୍ୟରେ କୁହାଯାଇଛି ଯେ ନୂଆ ପିଢ଼ି ପାଇଁ ଡିଜିଟାଲାଇଜେସନର ସଠିକ୍ ବ୍ୟବହାର ।