ଭେଙ୍କଟେଶ ଆୟର୍ ଆଇପିଏଲ୍ 2021 ରେ ଏକ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଦଳରେ ପ୍ରବେଶ କରିଛନ୍ତି। ତେବେ ଅନ୍ତର୍ଜାତୀୟ ସ୍ତରରେ ସେ କିପରି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ହରଭଜନ ସିଂ ଏତେ ସମୟ ମଧ୍ୟରେ ଭେଙ୍କଟେଶଙ୍କ ଏହି ଯାତ୍ରା ବିଷୟରେ ପୂର୍ବାନୁମାନ କରିସାରିଛନ୍ତି ଏବଂ ଏହାକୁ ଭେଙ୍କଟେଶ ଆୟର୍ ନିଜେ ପ୍ରକାଶ କରିଛନ୍ତି।
ଅବଶ୍ୟ, ଆୟର୍ ଭାରତ ପାଇଁ ଡେବ୍ୟୁ ମ୍ୟାଚ୍ ରେ ମାତ୍ର 2 ବଲ୍ ଖେଳିଥିଲେ, କିନ୍ତୁ ସେ ପ୍ରଥମ ବଲରେ ଗୋଟିଏ ଚୌକା ସହ କ୍ୟାରିୟରରେ ଏକ ଭଲ ଆରମ୍ଭ କରିଥିଲେ। ଟିମ୍ ଇଣ୍ଡିଆରେ ପ୍ରବେଶ କରିବା ପରେ ଆୟର ନିଜେ ପ୍ରକାଶ କରିଛନ୍ତି ଯେ ଭଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କୁ କହିଥିଲେ ଯେ ଆଇପିଏଲ୍ 2021 ଶେଷ ହେବା ପରେ ସେ ଏକ ନୂଆ ଷ୍ଟାର ହେବେ।
ଇଏସପିଏନ୍ କ୍ରିକିଇନଫୋ ସହିତ ବାର୍ତ୍ତାଳାପ ସମୟରେ ଆୟର କହିଛନ୍ତି, “ଯେତେବେଳେ ଆଇପିଏଲ୍ ଆରମ୍ଭ ହେଲା, ହରଭଜନ ସିଂ ମୋତେ ସିଧା ସଳଖ କହିଥିଲେ। ମୁଁ ସେଟଅପ୍ ର ଏକ ଅଂଶ ମଧ୍ୟ ନଥିଲି ଏବଂ ସେ ମୋତେ ନେଟ୍ ଅଭ୍ୟାସ ରେ ଠାରେ ଦିଥର ଦେଖିଥିଲେ। ସେ ମୋତେ କହିଥିଲେ ‘ତୁମେ ଏହି ଶୀଜନ ରେ KKR ର ଅଂଶ ହେବ, ମୋର ତୁମ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଯେତେବେଳେ ତୁମେ ଏକ ସୁଯୋଗ ପାଇବ, ତୁମେ ନିଶ୍ଚିତ ଭାବରେ ସେହି ସୁଯୋଗର ଲାଭ ଉଠାଇବ’।
ସେ କହିଥଲେ, “ଏବଂ ସତ କହିବାକୁ ଗଲେ, ମୁଁ ତାଙ୍କୁ ବିଶ୍ୱାସ କରି ନ ଥିଲି। ମୁଁ ଭାବୁଥିଲି କାହିଁକି ଏହି ବ୍ୟକ୍ତି ମୋତେ ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରିବା ଭଲରେ ଦେଖି ବି ନାହାନ୍ତି କିନ୍ତୁ ମୋତେ ଏତେ କଥା କହୁଛନ୍ତି। ମୁଁ ଭାବିଲି ଏହା କେବଳ ମୋତେ ସାନ୍ତ୍ୱନା ଦେବା ପାଇଁ କହୁଛନ୍ତି; କିନ୍ତୁ ମୁଁ ପ୍ରକୃତରେ ଖୁସି ଯେ ଏହା ବର୍ତମାନ ସତ୍ୟ ସାବ୍ୟସ୍ତ ହୋଇଛି “।