ସଂସ୍କାର :- ଭାରତୀୟ କ୍ରିକେଟ୍ ଦଳ ପାଇଁ ଖୋଜା ଚାଲିଛି। ଫିନିସର୍ ପ୍ଲେୟର। ଆର୍ଥତ୍ ” ଦି ଗ୍ରେଟ୍ ଫିନିସର୍ ” ମହେନ୍ଦ୍ର ସିଂ ଧୋନିଙ୍କ ପାଖାପାଖି କିମ୍ବା ଧୋନିଙ୍କ ପରି ମ୍ୟାଚ୍ ଫିନିଶିଙ୍ଗ୍ ଶର୍ଟ ଖେଳି ପାରୁଥିବା ଜଣେ ବ୍ୟାଟ୍ସମ୍ୟାନ୍ ଙ୍କୁ ଚିହ୍ନଟ କରୁଛନ୍ତି ଭାରତୀୟ କ୍ରିକେଟର ଚୟନକର୍ତ୍ତା ଟିମ୍। ତେବେ ଅନେକ ମିଡ଼ିଲ ଅଡର୍ର ବ୍ୟାଟ୍ସମ୍ୟାନଙ୍କ ନାମ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଥିବା ବେଳେ, ଏହି କ୍ରମରେ ଯୋଡି ହୋଇଯାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଆଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।
ଭାରତର ପୂର୍ବତନ ସ୍ପିନର ଲକ୍ଷ୍ମଣ ସିଭାରାମକ୍ରିଷ୍ଣନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ଫିନିସର୍ ଭାବରେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଟ୍ସମ୍ୟାନ ଭାବରେ ଯେକୌଣସି ମ୍ୟାଚ୍ ବୁଲାଇବାକୁ ହାର୍ଦ୍ଦିକଙ୍କର ସାମର୍ଥ୍ୟ ରହିଛି ଏବଂ ତାଙ୍କୁ ଆଗାମୀ ଟି – ୨୦ ବିଶ୍ୱକପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇ ପାରେ। ତେବେ ହାର୍ଦ୍ଦିକଙ୍କ ପାଖରେ ଦୁନିଆର ସର୍ବୋତ୍ତମ ମ୍ୟାଚ୍ ଫିନିସର ଏମଏସ ଧୋନିଙ୍କ ଗୁଣ ରହିଛି। ହାର୍ଦ୍ଦିକ ଯଦି ଗୋଟିଏ ମ୍ୟାଚରେ ଭଲ ଖେଳନ୍ତି ତେବେ ସେ ମ୍ୟାଚ୍ କୁ ଜିତେଇ ଆସି ପାରିବେ।
ସିଭାରାମକ୍ରିଷ୍ଣନ୍ ନିଜ ମନ୍ତବ୍ୟରେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ହାର୍ଦ୍ଦିକ ବୋଲିଂ ଆରମ୍ଭ କରନ୍ତି, ତେବେ ସେ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇପାରିବେ। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆ ଏକ ଭଲ ଦ୍ରୁତ ବୋଲିଂ ଅଲରାଉଣ୍ଡର ପାଇଛି |
ତାଙ୍କର ଆଗମନ ଦଳର ସନ୍ତୁଳନ ରକ୍ଷା କରିବ | ହାର୍ଦ୍ଦିକ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ସହିତ ମ୍ୟାଚ୍ ଟର୍ନ୍ କରିପାରିବେ । ଧୋନିଙ୍କ ସନ୍ୟାସ ପରେ ଭାରତୀୟ କ୍ରିକେଟ୍ ଦଳରେ ମ୍ୟାଚ୍ ଫିନିସର୍ ର ଅଭାବ ଦେଖାଦେଇଛି। ଯାହାକି ହାର୍ଦ୍ଦିକ ଏହି ଶୂନ୍ୟସ୍ଥାନ ପୂରଣ କରିପାରିବେ |