୩ ଜଣ ପ୍ରେମିକ ସହିତ ମହିଳାଙ୍କର ଥିଲା ଅବୈଧ ସମ୍ପର୍କ : ସ୍ଵାମୀ ବିରୋଧ କରିବାରୁ ପ୍ରେମିକମାନଙ୍କ ସହ ମିଶି କରେଇଲେ ସ୍ଵାମୀର ହତ୍ୟା

୫ ଦିନ ପୂର୍ବେ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଜଣେ ମହିଳା ନିଜର ୩ ଜଣ ପ୍ରେମିକଙ୍କ ସହ ମିଶି କୁରାଢୀରେ ହାଣି ହତ୍ୟା କରିଛି ନିଜ ସ୍ଵାମୀର । ଘଟଣା ଏଇଠି ସରିନି, ପତ୍ନୀ ଜଣକ ପୁଣି ଏ ହତ୍ୟା ଅଭିଯୋଗ ନିଜର ଜଣେ ପ୍ରେମିକଙ୍କ ବିରୋଧରେ ଆଣି ଅଭିଯୋଗ କରିଛନ୍ତି । ଯେତେବେଳେ ପୋଲିସ ପୁରା ମାମଲାର ତଦନ୍ତ ଆରମ୍ଭ କରିଥିଲା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ମହିଳାଙ୍କ ନାଁ ଉଠିଥିଲା ଯାହାପରେ ମୃତକଙ୍କ ପତ୍ନୀ ସମେତ ତାଙ୍କ ୩ ଜଣ ପ୍ରେମିକ ଗିରଫ ହେଲେ ।  

ସୂଚନା ଅନୁସାରେ ରାମପୁର ମାଝିୟାରାରେ ରହୁଥିବା ରାମ ଅବତାର କଶ୍ୟପ (୫୦)ଙ୍କ ହତ୍ୟା ଅଭିଯୋଗରେ ତାଙ୍କର ପତ୍ନୀ ଚମେଲି ସହିତ ପ୍ରେମିକ ଋଷିପାଲ, ବିଜୟପାଲ ଏବଂ ରାମସେବକକୁ ଗିରଫ କରିଛି । ପୋଲିସ ଅଧୀକ୍ଷକ ଅନିଲ କୁମାରଙ୍କ କହିବାନୁସାରେ, ଜାନୁୟାରୀ ୩୧ ଦିନ ଘର ବାହାରେ ଶୋଇବା ସମୟରେ ରାମ ଅବତାରଙ୍କୁ କୁରାଢୀରେ ହାଣି ହତ୍ୟା କରାଯାଇଛି । ଏହାପରେ ପତ୍ନୀ ଚମେଲି ନିଜର ପ୍ରେମିକ ଋଷିପାଲ ଯାଦବ, ଗାଁର ମନ୍ନୁ ଓ ସୋନିଲାଲଙ୍କ ବିରୋଧରେ ହତ୍ୟା ଅଭିଯୋଗ ଲଗାଇଥିଲେ । କିନ୍ତୁ ମାମଲାର ତଦନ୍ତ ପରେ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିଜେ ଚମେଲି ଥିଲେ ବୋଲି ଜଣାପଡ଼ିଥିଲା ।

ତେବେ ତଦନ୍ତରୁ ଜଣାପଡ଼ିଲା ଯେ ପତ୍ନୀ ଚମେଲିଙ୍କର ଋଷିପାଲ, ରାମସେବକ ଓ ବିଜୟ ପାଲଙ୍କ ସହିତ ଅବୈଧ ସମ୍ପର୍କ ଥିଲା । ଏମିତିକି ଗତ ଏକ ବର୍ଷ ଧରି ସେ ଋଷିପାଲ ଯାଦବ ସହିତ ରହୁଥିଲେ ଏବଂ ଘଟଣାର ମାତ୍ର ୨୦ ଦିନ ପୂର୍ବରୁ ସେ ନିଜ ସ୍ଵାମୀ ରାମ ଅବତାର ଘରକୁ ଫେରିଥିଲେ । ଋଷିପାଲ ଚମେଲିକୁ ଫେରେଇ ନେବା ପାଇଁ ଆସିଥିଲାବେଳେ ରାମ ଅବତାରଙ୍କ ସହିତ ତା’ର ଝଗଡ଼ା ହୋଇଥିଲା । ନିଜ ପତ୍ନୀଙ୍କ ଅବୈଧ ସମ୍ପର୍କକୁ ବିରୋଧ କରିବା ସହିତ ତାଙ୍କୁ ଘରୁ ଯିବାକୁ ଦେଇ ନଥିଲେ । ଏହା ପରେ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ଵାମୀକୁ ମାରିବାର ଷଡ଼ଯନ୍ତ୍ର କରିଥିଲେ ଏବଂ ଏକ କୁରାଢୀରେ ହାଣି ତାଙ୍କୁ ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *