ଟି-20 ବିଶ୍ୱକପ 2021: ପାକିସ୍ତାନ ପେସର ହାସନ ଅଲି ଏକ ବିସ୍ପୋରକ ବୟାନ ଦେଇଛନ୍ତି,ସେ କହିଛନ୍ତି ଯେ ତାଙ୍କ ଦଳ ଭାରତକୁ ପରାସ୍ତ କରିବାର ସାମର୍ଥ୍ୟ ରହିଛି। 2017 ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନର ଚମତ୍କାର ବିଜୟକୁ ମଧ୍ୟ ହାସନ ଅଲି ମନେ ପକାଇ ଦେଇ ଛନ୍ତି। ଏହା ବ୍ୟତୀତ ଟି -20 ବିଶ୍ୱକପ ପୂର୍ବରୁ ଦଳର କୋଚିଂ କର୍ମଚାରୀଙ୍କ ପରିବର୍ତ୍ତନ ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି।

ପୁଣି ଭାରତକୁ ମାନେ ପକେଇ ଦେବୁ 2017 ର ଫାଇନାଲ୍
ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲରେ ହାସନ ଅଲି କହିଛନ୍ତି ଯେ, ‘2017 ର ଫାଇନାଲ ଏକ ଭଲ ସମୟ ଥିଲା ଏବଂ ଆମେ ପୁଣି ଭାରତକୁ ପରାସ୍ତ କରିବାକୁ ଚେଷ୍ଟା କରିବୁ। ଭାରତ ପାଇଁ UAE ରେ ବହୁତ ଚାପ ରହିବ ଏବଂ ଦର୍ଶକଙ୍କ ସଂଖ୍ୟା ମଧ୍ୟ ସେଠାରେ ବହୁତ ହେବ। ଆମେ କୌଣସି ଉପାୟରେ ମଧ୍ୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବୁ।

ୟୁଏଇର ପିଚ୍ ର ଅବସ୍ଥା ସ୍ପିନରଙ୍କ ପାଇଁ ଅନୁକୂଳ ଅଟେ । କିନ୍ତୁ ବିଭିନ୍ନ ଦ୍ରୁତ ଗତିରେ ବୋଲର ମଧ୍ୟ ସେଠାରେ ପ୍ରଭାବଶାଳୀ ହୋଇପାରନ୍ତି। ’ହାସନ ଅଲି ଆହୁରି କହିଛନ୍ତି, ଟି -20 ବିଶ୍ୱକପ ପୂର୍ବରୁ କୋଚିଂ କର୍ମଚାରୀଙ୍କ ପରିବର୍ତ୍ତନ ଦେଖି ମୁଁ ନିରାଶ ହୋଇଥିଲି। କିନ୍ତୁ ଏହା ଆମର ମୁଣ୍ଡ ବଥା ନୁହେଁ, ବରଂ ଏହା PCB ର ମୁଣ୍ଡ ବଥା ଅଟେ। ଆମର ଭୂମିକା ହେଉଛି ଭଲ ପଦର୍ଶନ କରିବା ଆଉ ଆମେ ନିଶ୍ଚୟ ଭଲ ପଦର୍ଶନ କରି ଭାରତକୁ ହରେଇବାକୁ ଚେଷ୍ଟା କରିବୁ। ୱାକର ୟୁନିସ୍ ମୋର ଆଦର୍ଶ ଏବଂ ମୁଁ ତାଙ୍କ ଦେଖି ବୋଲିଂ ଆରମ୍ଭ କରିଥିଲି।

ଟି -20 ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ୍ ଆଶା କରାଯାଉଛି। ଅକ୍ଟୋବର 24 ରେ ଉଭୟ ଦଳ ପରସ୍ପରକୁ ଭେଟିବେ । ସୂଚନାଯୋଗ୍ୟ ଯେ ପାକିସ୍ତାନ ଦଳ ବିଶ୍ୱକପରେ ଥରେ ମଧ୍ୟ ଭାରତକୁ ପରାସ୍ତ କରିନାହିଁ। ଏହି ଇତିହାସ ପରିବର୍ତ୍ତନ କରିବାକୁ ପାକ୍ ଦଳ ନିଶ୍ଚିତ ଭାବେ ଚେଷ୍ଟା କରିବେ କିନ୍ତୁ ବିରାଟ ବାହିନୀକୁ ହରାଇବା ସେତେଟା ସହଜ ହେବ ନାହିଁ।