ସଂସ୍କାର : ଲୋଭନୀୟ ସ୍କିମର ଜାଲରେ ପଡ଼ି ଲୋକମାନେ ବହୁତ ଗୁଡ଼ିଏ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିଥାନ୍ତି। ତେବେ ନୂଆ ଆକାଉଣ୍ଟ ଖୋଲିବା ପରେ ପୁରୁଣା ଆକାଉଣ୍ଟ ଆଉ ଏତେଟା ବ୍ୟବହାରଯୋଗୀ ହୋଇନଥାଏ । ଫଳରେ ଏକାଧିକ ଆକାଉଣ୍ଟ ଯୋଗୁଁ ପୁରୁଣା ଆକାଉଣ୍ଟର ବ୍ୟବହାର ଅନ୍ୟ କେହି ମଧ୍ୟ ଜାଲିଆତି କରି ଉପଯୋଗ କରିବାର ଅଭିଯୋଗ ଆସିଛି।
ତେବେ ଆସନ୍ତୁ ଜାଣିବା ୧ରୁ ଅଧିକ ଆକାଉଣ୍ଡ ଖୋଲିଲେ କ’ଣ କ’ଣ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣଙ୍କର କୌଣସି ଆକାଉଣ୍ଟକୁ ୩ ମାସ ପର୍ଯ୍ୟନ୍ତ କୌଣସି ଅର୍ଥ ଟ୍ରାନ୍ଜାକ୍ସନ ହେଉନାହିଁ ତେବେ ସେହି ଆକାଉଣ୍ଟ ଏକ ସଞ୍ଚୟ ଆକାଉଣ୍ଟରେ ପରିଣତ ହୋଇଥାଏ । ସେଭିଂ ଆକାଉଣ୍ଟରେ ପରିବର୍ତ୍ତନ ହେବା ପରେ ବ୍ୟାଙ୍କର ନୂତନ ନିୟମ ଲାଗୁ ହୋଇଥାଏ ।
ଏପରିସ୍ଥିତିରେ ସର୍ବନିମ୍ନ ପରିମାଣର ଅର୍ଥ ବଜାୟ ରଖିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ଏହା ରଖନ୍ତି ନାହିଁ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ । ଅନେକ ବ୍ୟାଙ୍କ ଆକାଉଣ୍ଟ କ୍ଷେତ୍ରରେ ଆପଣଙ୍କୁ ସର୍ଭିସ ଚାର୍ଜ ଦେବାକୁ ପଡ଼େ । ସେହିପରି ଏକରୁ ଅଧିକ ନିଷ୍କ୍ରିୟ ବ୍ୟାଙ୍କ ଆକାଉଣ୍ଟ ରହିବା ଆପଣଙ୍କ କ୍ରେଡ଼ିଟ୍ ସ୍କୋରକୁ ମଧ୍ୟ ପ୍ରଭାବିତ କରିଥାଏ।