ସଂସ୍କାର : କେତେ ସୁରକ୍ଷିତ କରୋନା ଟୀକା। ଆପଣ ନେଇଥିବା ଟୀକା ଅସଲି ନା ନକଲି। ସେ କୋଭିଶିଲ୍ଡ ହେଉ ଅବା କୋଭାକ୍ସିନ୍ କିମ୍ବା ସ୍ପୁଟନିକ୍ ଭି। ଏହି ତିନୋଟି ଟୀକା ମଧ୍ୟରୁ କେଉଁଟି ଅସଲି ଆଉ କେଉଁଟି ନକଲି କିପରି ଜାଣିବେ ଆପଣ। କେମିତି ଜାଣିବେ କେଉଁ ଟୀକା ଅସଲି ଆଉ କେଉଁ ଟୀକା ନକଲି। ଆପଣ ନେଇ ସାରିଥିବା ଟୀକା ନକଲି ନୁହେଁ ତ ! ତେବେ ଆସନ୍ତୁ ଜାଣିବା ଅସଲି ଆଉ ନକଲି କରୋନା ଟୀକା ସମ୍ପର୍କରେ। ଆଜିର ଏହି ଆର୍ଟିକାଲରେ ଆମେ ଅସଲି ଆଉ ନକଲି ଟୀକା ବିଷୟରେ ଉଲ୍ଲେଖ କରିଛୁ।
ଆଗକୁ ଆସୁଛି କରୋନାର ତୃତୀୟ ଲହର। ଆଉ କରୋନାର ତୃତୀୟ ଲହର ଆସିବା ପୂର୍ବରୁ ସାଧାରଣ ଜନତାକୁ ସଚେତନ କରାଇସାରିଲେଣି ଭାରତ ସରକାର ଓ ରାଜ୍ୟ ସରକାର। ଦେଶ ଓ ରାଜ୍ୟରେ ଟୀକାକରଣକୁ ଜୋରଦାର କରାଯାଉଛି। ହେଲେ ଏଥି ମଧ୍ୟରେ ବଜାରକୁ ଆସିଲାଣି ନକଲି କରୋନା ଭ୍ୟାକ୍ସିନ୍। ନକଲି ଟିକାର ବ୍ୟବସାୟ ଆନ୍ତର୍ଜାତୀୟ ବଜାରରେ ଦେଖାଦେଲାଣି। କିଛି ଦିନ ପୂର୍ବରୁ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି ଟିକାର ବ୍ୟବସାୟ ଚାଲୁଥିବାର ନଜର ଆସିଛି। ନକଲି ଟୀକା ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଏ ସଂକ୍ରାନ୍ତରେ ସମସ୍ତ ଦେଶକୁ ସତର୍କ କରାଇଦେଇଛି। ଅନ୍ୟପକ୍ଷରେ ଏହି ନକଲି ଟୀକା ବ୍ୟବସାୟ ବିଷୟରେ ଜାଣିବା ପରେ ଆମ କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଆଲର୍ଟ କରିଦେଇଛନ୍ତି। ଯାହାଦ୍ୱାରା ଟୀକା ଅସଲି ନା ନକଲି ତାହା ସ୍ପଷ୍ଟ ଜାଣିହେବ। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଦେଶରେ ପ୍ରଚଳିତ ଥିବା ତିନୋଟି ଟୀକା ଅର୍ଥାତ୍ କୋଭିଶିଲ୍ଡ , କୋଭାକ୍ସିନ୍ ଏବଂ ସ୍ପୁଟନିକ୍-ଭି ସମ୍ପର୍କରେ ସମସ୍ତ ତଥ୍ୟ ସମଗ୍ର ଦେଶରେ ଜାରି କରାଯାଇଛି। ଯାହାଦ୍ୱାରା ଟୀକା ଅସଲି କି ନକଲି ସହଜରେ ଜାଣି ହେବ। ସରକାରଙ୍କ ତଥ୍ୟ ଅନୁସାରେ, କମ୍ପାନୀ ଗୁଡିକର ବ୍ରାଣ୍ଡର ନାମ, କରୋନା ଟୀକାର ଲେବେଲ୍ ଓ ରଙ୍ଗକୁ ନେଇ ସମସ୍ତ ତଥ୍ୟ ଜାଣିପାରିବେ ଲୋକେ।
କୋଭିଶିଲ୍ଡ ଭ୍ୟାକ୍ସିନ୍ ଉପରେ ସେରମ ଇନଷ୍ଟିଚ୍ୟୁଟର ଉତ୍ପାଦନ ଲେବେଲ୍ ଈଷତ ସବୁଜ ରଙ୍ଗ ରହିବ। ଆଉ ବ୍ରାଣ୍ଡର ନାମ କୋଭିଶିଲ୍ଡ (COVISHIELD ) ଲେଖା ହୋଇଥିବାର ଦେଖିବାକୁ ପାଇବେ ଆପଣ। ସବୁଠାରୁ ବଡ଼ କଥା ହେଉଛି ଏହି ଟୀକା ଉପରେ ସିଜିଏସ୍ ନଟ୍ ଫର୍ ସେଲ୍ ଲେଖାରହିଥିବ।
ସେହିପରି କୋଭାକ୍ସିନର ଲେବେଲ୍ ଉପରେ ଅଳ୍ପ ଦେଖାଯାଉଥିବା ପରି ୟୁପି ହେଲ୍ପସର ଲୋଗ ରହିଥିବ। ଆଉ ଏହି ଟିକାରେ ଦୁଇଟି ଇଂରାଜୀ ଅକ୍ଷର ଏକ୍ସ (xx) ଲେଖା ହୋଇଥିବ । ଏହି ଦୁଇ ଏକ୍ସ ଫିକା ସବୁଜ ଆଉ ନୀଳ ରଙ୍ଗରେ ଲେଖା ହୋଇଥିବ।
ସେହିପରି ତୃତୀୟ ଟୀକାଟି ହେଲା ସ୍ପୁଟନିକ୍-ଭି। ଏହି ଟୀକା ଦୁଇଟି ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଏହି ଟିକାର ଲେବେଲ୍ ଅଲଗା ଅଲଗା ହୋଇଥିବା ବେଳେ ନିର୍ମାତା ମଧ୍ୟ ଅଲଗା ଅଲଗା। ହେଲେ ସୂଚନା ଦୁହିଁଙ୍କର ସମାନ ରହିଛି। ତେବେ ଟୀକା ନେବା ସମୟରେ ଏହି ସବୁ ସୂଚନାକୁ ମନେ ପକାଇ ନେବେ, ନ ହେଲେ ଆପଣ ନକଲିର ଶିକାର ହେବେ।