ମଡ଼େଲ ଡିମ୍ପଲ ପଲ ଆଣିଲେ ସଙ୍ଗୀନ ଅଭିଯୋଗ : କହିଲେ ଏହି ନିର୍ଦ୍ଦେଶକ ଅଶାଳୀନ ଭାବରେ ଛୁଇଁବା ସହିତ ମୋତେ କହିଲେ …

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ନ ଥମୁଣୁ ପୁଣି ମୁଣ୍ଡ ଟେକିଲା ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଜଣେ ମଡ଼େଲଙ୍କ ସହିତ ଅସଦାଚରଣ ହୋଇଛି ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି । ଅଭିଯୋଗ ଅନୁସାରେ ନିର୍ଦ୍ଦେଶକ ସାଜିଦ ତାଙ୍କୁ ନିଜ ଫିଲ୍ମରେ କାମ ଦେବା ପାଇଁ ଆପତ୍ତିଜନକ କାମ କରିବାକୁ କହିଥିଲେ ।

https://www.instagram.com/p/CE6l9OyD4SP/?utm_source=ig_web_copy_link

ସୋସିଆଲ ମିଡ଼ିଆ ଇନଷ୍ଟା ପୋଷ୍ଟରେ ଡିମ୍ପଲ ପଲ ନାମକ ମଡ଼େଲ ଜଣଙ୍କ ଲେଖିଛନ୍ତି ଯେ, ଯେତେବେଳେ #METOO ଆରମ୍ଭ ହୋଇଥିଲା ଅନେକ ଲୋକ ନିଜ ମୁହଁ ଖୋଲିଥିଲେ, ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ବି କହିଥିଲେ । କିନ୍ତୁ ମୁଁ ସାହସ କରିପାରି ନଥିଲି କାରଣ ଅନ୍ୟ କଳାକାରଙ୍କ ପରି ମୋର କେହି ଗଡଫାଦର ନଥିଲେ ଏବଂ ମୋତେ ପରିବାର ଭରଣପୋଷଣ ପାଇଁ ରୋଜଗାର କରିବାକୁ ପଡୁଥିଲା । ତେଣୁ ନିରବ ରହିଲି ।

ସେ ଆହୁରି ବି ଲେଖିଛନ୍ତି ଯେ ଏବେ ମୋ ମାତାପିତା ମୋ ସାଙ୍ଗରେ ନାହାନ୍ତି, ଏବେ ମୁଁ କେବଳ ନିଜ ପାଇଁ ରୋଜଗାର କରୁଛି । ଏବେ ମୁଁ ସାହସ କରି କହିପାରିବି ଯେ ମୋତେ ଯେତେବେଳେ ୧୭ ବର୍ଷ ହୋଇଥିଲା ନିର୍ଦ୍ଦେଶକ ସାଜିଦ ମୋ ସହିତ ଅସଦାଚରଣ କରିଥିଲେ ।

ଏତିକିରେ ବନ୍ଦ କରିନାହାନ୍ତି ଡିମ୍ପଲ ତାଙ୍କ ଅଭିଯୋଗ । ସେ ଆହୁରି ବି କହିଛନ୍ତି ଯେ ସାଜିଦ ମୋ ସହିତ ଅଶ୍ଲୀଳ କଥା ହେବା ସହିତ ମୋତେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ । ପୋଷାକ ଖୋଲିଦେଲେ ଆସୁଥିବା ହାଉସଫୁଲ ଫିଲ୍ମରେ ମୋତେ କାମ ଦେବେ ବୋଲି କହିଥିଲେ । ଭଗବାନ ଜାଣନ୍ତି ଏମିତି ବ୍ୟବହାର ସେ କେତେ ଝିଅଙ୍କ ସହିତ କରିଥିବେ ।

କେଉଁ ଦଳ ସମର୍ଥନରେ ମୁଁ ମୁହଁ ଖୋଲିନି, ବରଂ ମୁଁ ଅନୁଭବ କଲି ଯେ ମୋତେ ସେ ଘଟଣା ଖୁବ ପ୍ରଭାବିତ କରିଛି ଯେତେବେଳେ କି ମୁଁ ନାବାଳିକା ଥିଲି ଓ ଚୁପ୍ ରହିଲି । ହେଲେ ଚୁପ୍ ରହିବା ବହୁତ ହେଇଗଲା । ଏଭଳି କାମ ପାଇଁ ସାଜିଦଙ୍କୁ ଜେଲ ପଛରେ ରହିବା ଉଚିତ, କେବଳ କାଷ୍ଟିଂକାଉଚ ପାଇଁ ନୁହେଁ ବରଂ କଳାକାରଙ୍କୁ ବାଟବଣା କରି ତାଙ୍କ ଠାରୁ ତାଙ୍କ ସ୍ଵପ୍ନ ଛଡାଇନେବା ଆରୋପରେ । କିନ୍ତୁ ମୁଁ ଅଟକିନଥିଲି ।

Leave a Reply

Your email address will not be published. Required fields are marked *