ପଞ୍ଚମ ଶ୍ରେଣୀରୁ ନଷ୍ଟ ; ପ୍ରଧାନ ଶିକ୍ଷକ ସ୍କୁଲରେ ମଦ ପିଇ ଶୋଇଥିଲେ, ଗଣମାଧ୍ୟମ ପ୍ରତିନିଧି ପହଁଚିବା ପରେ ଯାହା ହେଲା, ଦେଖନ୍ତୁ ଭିଡିଓ

ସଂସ୍କାର : ମଦ ପିଇ ସ୍କୁଲରେ ଶୋଇଛନ୍ତି ପ୍ରଧାନଶିକ୍ଷକ। ମଦ ନିଶାରେ ପୁରା ଚୁର୍ ହୋଇ ତଳେ ସପରେ ଶୋଇଛନ୍ତି ପ୍ରଧାନଶିକ୍ଷକ। କାହିଁକି ସ୍କୁଲକୁ ମଦ ପିଇକି ଆସିଛନ୍ତି ? ପ୍ରଶ୍ନର ଉତ୍ତର ଅଜବ ପ୍ରକାରରେ ଦେଇଛନ୍ତି ସେ। ପ୍ରଧାନଶିକ୍ଷକ ଜଣକ କହୁଛନ୍ତି ଯେ, ନିଶା ଛାଡି ଗଲାଣି ଆଉଥରେ ସନ୍ଧ୍ୟା 5 ଟାରେ ପିଇବି। ସ୍କୁଲ ଛୁଟି ହେଲେ ଘରକୁ ଯିବା ସମୟରେ ଆଉ ଟିକିଏ ରାସ୍ତାରେ ପିଇକି ଯିବି। ସକାଳୁ ସ୍କୁଲ ଆସିବା ସମୟରେ ମଦ ପିଇଥିଲି।

କାହିଁକି ସ୍କୁଲକୁ ମଦ ପିଇକି ଆସିଛନ୍ତି ? ଏହି ପ୍ରଶ୍ନର ଉତ୍ତରରେ ସାର୍ କହିଛନ୍ତି ଯେ, ଦେହ ହାତ ଟିକେ ଦରଜ ହେଉଛି। ସେଥିପାଇଁ ମଦ ପିଇଦେଇଛି। ତେବେ ଯେତେବେଳେ ମିଡ଼ିଆ ଭାଇ ଜଣକ ପଚାରିଲେ ଆପଣ କେତେ ଦିନ ହେବ ଏମିତି ମଦ ପିଉଛନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇ ପ୍ରଧାନଶିକ୍ଷକ କହିଛନ୍ତି ଯେ, ମୁଁ ଯେବେଠୁ ପଞ୍ଚମ ଶ୍ରେଣୀରେ ପଢୁଥିଲି ସେହି ଦିନ ଠାରୁ ମୁଁ ମଦ ପିଉଛି। ଏହି ଚିତ୍ର ବାଲେଶ୍ଵରର ସୋରରୁ ଆସିଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *