ଭଲ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଶରୀରର ତ୍ବଚା ଏବଂ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ପୋଷକ ତତ୍ତ୍ବ ର ଅଭାବ ରୁ ଅନେକ ରୋଗ ହୋଇଥାଏ। ଶରୀର କ୍ଷୀଣ ହୋଇଯାଇଥାଏ। ଏହି କାରଣ ଯୋଗୁ ଶରୀରର ରଙ୍ଗ କଳା ପଡିବାରେ ଲାଗେ। ଚେହେରାର ରଙ୍ଗ କଳା ପଡିବାର ମୁଖ୍ୟ କାରଣ ଭିଟାମିନ ଇ ର ଅଭାବ ହୋଇପାରେ। ଏହି ଭିଟାମିନ ଅଭାବ ଯୋଗୁ ମୁହଁରେ କଳା ଦାଗ, ବ୍ରଣ ଏବଂ ରୀଙ୍କଲ ହୋଇଥାଏ।
ଯଦି ତୁମର ଚେହେରାର ରଙ୍ଗ ମଧ୍ୟ ଏପରି କମି କମି ଯାଉଛି, ତେବେ ତୁମ ଖାଦ୍ୟରେ ସାମିଲ କରନ୍ତୁ ଭିଟାମିନ ଇ ଯୁକ୍ତ ଖାଦ୍ୟ ପଦାର୍ଥ। ଯେପରିକି ବାଦାମ, ଭୁଇଁଚଣା, ଅଖରୋଟ, କିବି ଇତ୍ୟାଦି।
ଏହି ଜିନିଷ ଗୁଡିକୁ ନିୟମିତ ଖାଇବା ଦ୍ଵାରା ତୁମ ଚେହେରାର ରଙ୍ଗ ଉନ୍ନତ ହେବାରେ ଲାଗିବ।