ସ୍ୱାସ୍ଥ୍ୟ ଟିପ୍ସ: ଏହି ୫ ଟି ଅଭ୍ୟାସ ଠାରୁ ରୁହନ୍ତୁ ଦୁରେଇ, ନ ହେଲେ ହେବ ସର୍ବନାଶ , ୩ ନମ୍ବର ଅଭ୍ୟାସ ତ ଯୁବ ପିଢ଼ିଙ୍କର ପ୍ରିୟ…

ସଂସ୍କାର : ନିଜକୁ ସୁସ୍ଥ ରଖିବା ପାଇଁ ଜଣେ ବ୍ୟକ୍ତି ବେଳେବେଳେ ନିଜର ଖାଦ୍ୟ ପ୍ରତି ଧ୍ୟାନ ଦେଇଥାଏ ତ, ବେଳେବେଳେ ଫିଟନେସ୍ ଉପରେ ମଧ୍ୟ ଧ୍ୟାନ ଦେଇଥାଏ।ଏହା ପରେ ବି ଆପଣ ଜାଣନ୍ତି କି ଆପଣଙ୍କର ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଅଭ୍ୟାସ ଅଛି ଯାହା ଚୁପଚାପ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇଥାଏ। ଆଉ କାଳକ୍ରମେ ଏହା ଆପଣଙ୍କୁ ମୃତ୍ୟୁମୁଖକୁ ମଧ୍ୟ ଟାଣି ନେଇଥାଏ। ଏହି ଅଭ୍ୟାସଗୁଡ଼ିକ ଯୋଗୁଁ ଆପଣଙ୍କର ଫିଟନେସ୍ ଠିକ ରହେ ନାହିଁ। ତେବେ ଆସନ୍ତୁ ଏହିପରି କିଛି ଅଭ୍ୟାସ ବିଷୟରେ ଜାଣିବା।

୧) ଅତ୍ୟଧିକ ପରିମାଣରେ ଶୋଇବା :

ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଡାକ୍ତରମାନେ ୭ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି କେବଳ କମ୍ ଶୋଇବା ନୁହେଁ ବରଂ ଅଧିକ ଶୋଇବା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ। ଏକ ସିଡିସି ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ରାତିରେ ଛଅ କିମ୍ବା ୧୦ ଘଣ୍ଟାରୁ ଅଧିକ ଶୋଇଲେ ହୃଦଘାତ, ମଧୁମେହ ଏବଂ ମୋଟାପା ଭଳି ଗମ୍ଭୀର ରୋଗ ଆପଣଙ୍କୁ ଗ୍ରାସ କରିବା ଆରମ୍ଭ କରିବ।

୨) ସର୍ବଦା ଘରେ ରହିବା :

ଯେଉଁମାନେ ଘରରୁ ଅଧିକ ସମୟ ବାହାରକୁ ଯାଆନ୍ତି ନାହିଁ, ସେମାନଙ୍କ ଶରୀରରେ ଭିଟାମିନ୍ – D ର ଅଭାବ ଦେଖାଦେଇଥାଏ। ଆପଣଙ୍କ ଶରୀର ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ନ ପାଇଲେ ଆପଣଙ୍କ ଶରୀରରେ ଭିଟାମିନ୍ D ର ଅଭାବ ଦେଖାଦେବ। ଆଉ ଆପଣଙ୍କୁ ଅଳ୍ପ କାମ କଲେ ଥକ୍କା ଲାଗିବ, ଅଳସୁଆ ମନୋଭାବ ଆସିବ, ଶୋଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ଶୋଇବା ସମ୍ପୂର୍ଣ୍ଣ ଭାବେ ହେଉନଥିବ।

୩) ଧୂମ୍ରପାନ –

ଅଷ୍ଟ୍ରେଲିଆର ସାକ୍ସ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଧୂମ୍ରପାନ କରନ୍ତି ସେମାନେ ଅତିଶୀଘ୍ର ମୃତ୍ୟୁମୁଖରେ ପଡ଼ନ୍ତି। ଅଧିକ ଧୂମ୍ରପାନ କରୁଥିବା ବ୍ୟକ୍ତି ନିଜ ଜୀବନ ୪୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିବା ବେଳେ, କମ ଧୂମ୍ରପାନ କରୁଥିବା ବ୍ୟକ୍ତି ୫୦ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଧୂମ୍ରପାନ କରୁଥିବା ବ୍ୟକ୍ତି ସାଧାରଣଲୋକଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି। ଅଧ୍ୟୟନର ସହ-ଲେଖକ ଫ୍ରେଡି ସେଟାସ୍ କୁହନ୍ତି, ‘ଲୋକମାନେ ଜାଣନ୍ତି ନାହିଁ ଯେ କମ୍ ଧୂମ୍ରପାନ କରିବା ମଧ୍ୟ କର୍କଟ, ହୃଦଘାତ, ଫୁସଫୁସ ରୋଗ ଭଳି ଅନେକ ବିପଦଜନକ ରୋଗ ହୋଇଥାଏ।

୪) ଅତ୍ୟଧିକ ବ୍ୟାୟାମ –

୯୦ ମିନିଟ୍ କିମ୍ବା ଅଧିକ ନିରନ୍ତର ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ହୋଇଥାଏ। ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଏ। ଯାହା ଦ୍ୱାରା ଜଣେ ବ୍ୟକ୍ତି ଅତିଶୀଘ୍ର ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି। ସ୍ୱାସ୍ଥ୍ୟ ଏବଂ ବ୍ୟାୟାମ ବିଶେଷଜ୍ଞ ମାନେ କୁହନ୍ତି ଯେ, ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ କରିବେ ତେବେ ଆପଣଙ୍କ ଶରୀର ଉପରେ ଅତ୍ୟଧିକ ଚାପ ପଡିବ। ଆଉ ବ୍ୟାୟାମ ଦ୍ୱାରା ଆପଣ ଲାଭ ବଦଳରେ କ୍ଷତି ପାଇବେ।

୫) କମ୍ ପାଣି ପିଇଲେ :

ପାଣି ପିଇବା ଦ୍ୱାରା ଆମକୁ ପୂର୍ତ୍ତି ଲାଗେ। ପାଣି ପିଇବା ଦ୍ୱାରା ଆମ ଶରୀର ସକ୍ରିୟ ହୋଇଥାଏ। ଆମ ଶରୀରରେ ଜଳ ଦ୍ୱାରା ଅମ୍ଳଜାନ ପରିବହନ କରିବାରେ ସାହାଯ୍ୟ କରେ। ଏମିତିକି ପାଣି ଆମ ଶରୀରରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରେ। ଆମ ଶରୀରର ବିଭିନ୍ନ ଅଙ୍ଗକୁ ସୁରକ୍ଷା ଦିଏ। ତେଣୁ ଶରୀରକୁ ପୂର୍ତ୍ତି ରଖିବା ପାଇଁ ଡାକ୍ତରମାନେ ଦିନକୁ ଆଠ ରୁ ୧୨ ଗ୍ଲାସ୍ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଯାହାକି ଲିଟର ହିସାବରେ ୫ ରୁ ୬ ଲିଟର ହେବ। ଶରୀର ପୂର୍ତ୍ତି ରହିଲେ ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ସ୍ତରରେ ମଧ୍ୟ ଉତ୍ତମ ରହିଥାଏ।

Leave a Reply

Your email address will not be published. Required fields are marked *