ସଂସ୍କାର : ମଧୁମେହ, ଉଚ୍ଚ ରକ୍ତଚାପ, ନିୟମିତ ଧୂମପାନ ହୃଦ୍ଘାତର ଏକ ମୁଖ୍ୟ କାରଣ ଅଟେ। ଆଜିକାଲି ଯୁବପିଢି ତାଙ୍କ ଜୀବନର ଆରମ୍ଭ ସମୟରୁ ହୃଦ୍ଘାତ ଶିକାର ହେଉଛନ୍ତି। ଏହାର କାରଣ ହେଉଛି ଖରାପ ଜୀବନଶୖଳୀ ଏବଂ ରାତି ଅନିଦ୍ରା, ମାନସିକ ଚାପରେ ବୃଦ୍ଧି, ଅତ୍ୟଧିକ ମଦ୍ୟପାନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ | ତେବେ ଶୀତ ଦିନେ କାହିଁକି ହୃଦ୍ଘାତ ଅଧିକ ହୋଇଥାଏ ? ଆସନ୍ତୁ ଜାଣିବା ଏହାର କାରଣ…
ଶୀତଦିନେ ହୃଦ୍ଘାତର ଭୟ ସବୁଠୁ ଅଧିକ। ଡାକ୍ତରୀ ଦଳ କହିଛନ୍ତି ଏହି ଋତୁରେ ଆମେ କାମ କମ୍ କରୁ। ସେଥିପାଇଁ ରକ୍ତଚାପ ସ୍ତର ବଢ଼ିଯାଏ। ଥଣ୍ଡାର ପ୍ରକୋପ ରାତିବେଳା ଓ ଭୋରବେଳା ଅଧିକ ଥାଏ। ସେଇ ସମୟରେ ହିଁ ହୃଦ୍ଘାତରେ ଅଧିକାଂଶ ଲୋକ ପ୍ରାଣ ହରାନ୍ତି।
ବିଶେଷଜ୍ଞ ଦଳ ସମସ୍ତ ବର୍ଗର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଥଣ୍ଡାରୁ ନିଜ ଶରୀରକୁ ରକ୍ଷା କରିବା ପାଇଁ ପଶମ ପୋଷାକରେ ସବୁବେଳେ ଘୋଡ଼ାଇ ହୋଇ ରୁହନ୍ତୁ। ପାଣି ଆବଶ୍ୟକ ପରିମାଣରେ ପିଇବା ଜରୁରୀ। ନିଜେ ଫୂର୍ତ୍ତି ରହିବା ପାଇଁ ଯେତିକି ଆବଶ୍ୟକ, ସେଇଭଳି କାମ କରନ୍ତୁ।
ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯଦି ଆପଣ ନିଜ ହୃଦୟକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା, ଚାପମୁକ୍ତ ଜୀବନଯାପନ କରିବା ଏବଂ ସୁସ୍ଥ ଖାଦ୍ୟ ଖାଇବା । ଯାହା ଦ୍ବାରା ଆପଣ ହୃଦ୍ଘାତରୁ ରକ୍ଷା ପାଇ ପାରିବେ ।