ଆପଣାନ୍ତୁ ଏହି ତିନୋଟି ଉପାୟ , ବୃଦ୍ଧ ହେବା ପର୍ଯ୍ୟନ୍ତ ଆପଣଙ୍କ ହାଡ଼ ରହିବ ଶକ୍ତ

ସଂସ୍କାର: ଶରୀରକୁ ସୁସ୍ଥ ରଖିବା ପାଇଁ ବୟସ ଅନୁସାରେ ସଠିକ ଖାଦ୍ୟ ଖାଇବା ଆବଶ୍ୟକ। କଣ ଆପଣ ଜାଣିଛନ୍ତି କି ମାତ୍ର ୨୫ବର୍ଷ ପର୍ଯ୍ୟନ୍ତ ଶରୀରରେ ଥିବା ହାଡ଼ ମଜବୁତ ରହିଥାଏ l ୨୫ ବର୍ଷ ପରେ ଆମ ହାଡ଼ ଦୁର୍ବଳ ହେବା ଆରମ୍ଭ ହୋଇଯାଇଥାଏ। ଧୀରେ ଧୀରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ l କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି। ଛୋଟ ପିଲାଙ୍କ ଶରୀରରେ ହାଡ଼ ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ l

୧) ହାଡ଼କୁ ମଜବୁତ କରିବା ପାଇଁ ପ୍ରୋଟିନ ସୀମିତ ମାତ୍ରାରେ ସେବନ କରିବା ଉଚିତ। ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ଏସିଡ଼ିଟି ହୋଇଥାଏ ଓ କ୍ୟାଲସିୟମ ପରିସ୍ରା ଜରିଆରେ ଶରୀରରୁ ବାହାରି ଯାଇ ଥାଏ l ଅଧିକ ପ୍ରୋଟିନ ସେବନ ହାଡ଼କୁ କ୍ଷତି କରିଥାଏ l

୨) ଏସିଡ଼ିଟି ଔଷଧ ଅଧିକ ଖାଇଲେ ଶରୀରରେ କମ ପରିମାଣ ର ଏସିଡ ସକ୍ରିୟ ହୋଇଥାଏ l ଯେବେକି କ୍ୟାଲସିୟମ , ମଗ୍ନେଶୀୟମ ଓ ଜିଙ୍କ ଭଳି ଖଣିଜ ପଦାର୍ଥ କୁ ଅବଶୋସିତ କରିବା ପାଇଁ ଏସିଡ ଆବଶ୍ୟକ ହୋଇଥାଏ।

୩) ହାଡ଼କୁ ସୁସ୍ଥ ରଖିବା ପାଇଁ ଅଧିକ ଚିନ୍ତା ଠିକ ନୁହେଁ l ଏହାଦ୍ୱାରା ହାଡ଼ କ୍ଷତି ଗ୍ରସ୍ତ ହୋଇଥାଏ l ଷ୍ଟ୍ରେସ କାରଣରୁ କାର୍ତିସୋଲ ହର୍ମୋନ ବଢିଥାଏ , ଯେଉଁ କାରଣରୁ ବ୍ଲଡ଼ ସୁଗାର ସ୍ତର ବଢିଥାଏ l ଏହି କାରଣରୁ ଝାଡା ଓ ପରିସ୍ରା ସାହାଯ୍ୟରେ କ୍ୟାଲସିୟମ ଶରୀରରୁ ବାହାରି ଯାଇଥାଏ l

Leave a Reply

Your email address will not be published. Required fields are marked *