ମଦ ପିଇ, ବୋତଲ ଭାଙ୍ଗି, ଭଙ୍ଗା ବୋତଲ ପୁରାଇ ଦେଲେ ମହିଳାଙ୍କ ଯୌନାଙ୍ଗରେ : ପତ୍ନୀ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ, ମାଗିଲେ ନ୍ୟାୟ

ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାସିନ୍ଦା ଚନ୍ଦନ ଆଚାର୍ଯ୍ୟଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ପୀଡ଼ିତା । ଉଭୟଙ୍କ ଘରେ ରାଜି ନହେବାରୁ ହୋଇଥିଲା କୋର୍ଟ ବିବାହ । ଏହାପରେ ଦୁହେଁ ଚାଲିଆସିଥିଲେ ଭୁବନେଶ୍ୱର । କିନ୍ତୁ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ଟଙ୍କା ଲୋଭୀ ସ୍ଵାମୀ ନିଜ ଘରେ ଆରମ୍ଭ କରିଦେଲେ ସେକ୍ସ ରକେଟ । ଅନେକ ଥର ପତ୍ନୀକୁ ବି ପରପୁରୁଷ ସାଙ୍ଗରେ ଶୋଇବାକୁ ବାଧ୍ୟ କରନ୍ତି । ପତ୍ନୀ ଅରାଜି ହେଲେ ଚେଙ୍କ ଦିଅନ୍ତି, ମାଡ଼ ମାରନ୍ତି ହେଲେ ଏବେ ମଦ ପିଇ, ବୋତଲ ଭାଙ୍ଗି, ଭଙ୍ଗା ବୋତଲ ପୁରାଇ ଦେଲେ ମହିଳାଙ୍କ ଯୌନାଙ୍ଗରେ ।

ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ ସ୍ଵାମୀ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ପତ୍ନୀ । ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ପୋଲିସ । ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ପୀଡ଼ିତା କହିଛନ୍ତି ଯେ ପ୍ରେମ କରି ମୁଁ ଭୁଲ କରିଛି । ମୋ ସ୍ଵାମୀଙ୍କୁ କେବଳ ଟଙ୍କା ଦରକାର । ଦୀର୍ଘ ଦିନ ଧରି ମୋ ଉପରେ ସେ ନାନା ଅତ୍ୟାଚାର କରୁଥିଲେ । ଏମିତିକି ମୁଁ ମୋ ଶାଶୂଶ୍ଵଶୁରଙ୍କୁ ମଧ୍ୟ ମାଡ଼ ମାରିବା ନେଇ ଅଭିଯୋଗ କରିଥିଲି । ହେଲେ ମୋ ସ୍ଵାମୀ ତାଙ୍କ ବାପମା’ଙ୍କୁ ବି ମାନନ୍ତି ନାହିଁ ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ୭ ବର୍ଷ ହେବ ଏ ଅନ୍ୟାୟ ସହି ଆସୁଥିଲେ ମାତ୍ର ପୋଲିସ ଆଶ୍ରୟ ନେବାକୁ କେବେ ସୁଯୋଗ ପାଇନଥିଲେ । ବର୍ତ୍ତମାନ ତାଙ୍କ ସହିବା ଶକ୍ତି ଭାଙ୍ଗିଗଲା ଯେତେବେଳ ନର ରୂପୀ ରାକ୍ଷସ ସ୍ଵାମୀ ମଦ ପିଇ, ବୋତଲ ଭାଙ୍ଗି, ଭଙ୍ଗା ବୋତଲ ମହିଳାଙ୍କ ଯୌନାଙ୍ଗରେ ଭୁଷି ଖଣ୍ଡିଆ କଲେ, ମହିଳା ବାଧ୍ୟ ହୋଇ ଲୋକଲଜ୍ୟା ଛାଡ଼ି ମାମଲାକୁ ସାମ୍ନାକୁ ଆଣିଲେ । ପୀଡ଼ିତାଙ୍କ କହିବାନୁସାରେ ତାଙ୍କ ସ୍ଵାମୀ ଏମିତି ଟଙ୍କା ଲୋଭୀ ପାଲଟି ଯାଇଛନ୍ତି ଯେ ତାଙ୍କୁ ତ ତାଙ୍କୁ ଦରକାର ପଡ଼ିଲେ ତାଙ୍କ କୁନି ଝିଅକୁ ବି ସେକ୍ସ ରକେଟରେ ସାମିଲ କରେଇବାକୁ ପଛାଇବେ ନାହିଁ ।

Leave a Reply

Your email address will not be published. Required fields are marked *