ରଙ୍ଗ ଓ ଉଲ୍ଲାସର ପର୍ବ ‘ହୋଲି’ ଓଡ଼ିଆ ଘରର ସଂସ୍କୃତି, ଧାର୍ମିକ ପରମ୍ପରା ତଥା ସାମାଜିକ ପ୍ରତିବଦ୍ଧତା । ଜାଣତ ଅବା ଅଜାଣତରେ ସମ୍ପର୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟକୁ ଯୋଡ଼ି ଦିଏ ଏହି ପର୍ବ । ରଙ୍ଗ ବୋଳାବୋଳି ଛଳରେ ସମସ୍ତେ ପୁରୁଣା ରାଗରୁଷା ଭୁଲି ସ୍ନେହ, ଶ୍ରଦ୍ଧା, ଭାଇଚାରାର ବନ୍ଧନରେ ବାନ୍ଧିହୁଅନ୍ତି ଏହି ଦିନ ।
ହୋଲି ବିଷୟରେ ଅନେକ ପ୍ରକାରର କିମ୍ବଦନ୍ତୀ ଶୁଣିବାକୁ ମିଳେ । ସେଥିମଧ୍ୟରୁ,
ଦୁରାଚାରୀ ହିରଣ୍ୟକଶ୍ୟପର ଅତ୍ୟାଚାରରେ ସାରା ଭୂମଣ୍ଡଳ ପ୍ରକମ୍ପିତ ହେଉଥିଲାବେଳେ ବି ହିରଣ୍ୟକଶ୍ୟପର ପୁତ୍ର ପ୍ରହଲ୍ଲାଦ ସ୍ଥିର ଚିତ୍ତରେ ଅହରହ ହରିନାମ ଜପୁଥିଲା । ପ୍ରହଲ୍ଲାଦର ବିଚଳିତ ନହେବା ଓ ପିତାଙ୍କ ପ୍ରକୋପ ଦେଖି ନଡରିବା ଭଳି ଆଚରଣରେ ହିରଣ୍ୟକଶ୍ୟପ ଖୁବ୍ କ୍ଷୁବ୍ଧ ଥିଲେ । ଶେଷରେ ପ୍ରତିଶୋଧ ପରାୟଣ ହୋଇ ନିର୍ଦ୍ଦୟତାର ସମସ୍ତ ସୀମା ପାର କରି ସେ ନିଜ ଭଉଣୀ ହୋଲିକାକୁ ଡକାଇଲେ । ହୋଲିକା ଅଗ୍ନି ବିଦ୍ୟାରେ ନିପୁଣା ଥିଲେ । ପ୍ରହଲ୍ଲାଦକୁ ତେଣୁ କୋଳରେ ଧରି ସେ ଅଗ୍ନିରେ ପ୍ରବେଶ କଲେ । କିନ୍ତୁ ଅନିଷ୍ଟକାରିଣୀ ହୋଲିକା ଅଗ୍ନିରେ ଦଗ୍ଧ ହେଉଥିଲାବେଳେ ଅହରହ ହରିନାମ ଜପ ନିଷ୍ପାପ ପ୍ରହଲ୍ଲାଦକୁ ସକୁଶଳେ ଫରୋଇ ଆଣିଲା ।
ସେହି ଦିନଠାରୁ ହୋଲିକା ଦହନକୁ ହୋଲି ନାମରେ ପାଳି ଆସୁଛନ୍ତି ଲୋକେ ।