ସଂସ୍କାର : ଟ୍ରେନ ପଟିରିରେ ଦ୍ରୁତବେଗରେ ଦୌଡୁଛି ଗୋଟିଏ ଘୋଡା। ଦୁଇଟି ଟ୍ରେନ ଲାଇନ ମଝିରେ ଥିବା ଖାଲି ସ୍ଥାନରେ କ୍ଷୀପ୍ରବେଗରେ ଦୌଡ଼ିବାରେ ଲାଗିଛି ଗୋଟିଏ ଘୋଡା। ଆଉ ଏହି ଘୋଡାଟି ଦୁଇଟି ଚଳନ୍ତା ଟ୍ରେନ ମଝିରେ ଦୌଡୁଥିବା ବେଳେ ଟ୍ରେନରେ ବସିଥିବା ଯାତ୍ରୀ ଭିଡ଼ିଓ ଉତ୍ତୋଳନ କରିଥିଲେ। ଆଉ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଲାଗିଛି।
ସୂଚନା ଅନୁଯାୟୀ, ଇଜିପ୍ଟରେ ଏକ ଘୋଡା ଦୁଇଟି ଚଳନ୍ତା ଟ୍ରେନ୍ ମଧ୍ୟରେ ଅଟକି ଯାଇଥିଲା। ଆଉ ଘୋଡାଟି ବାହାରିବାକୁ କେଉଁଆଡୁ ବାଟ ନ ପାଇବାରୁ ସିଧା ଦୌଡ଼ିବାରେ ଲାଗିଲା। ଆଉ ଏହି ଘୋଡାଟି ଦୌଡ଼ିବାରେ ଭିଡ଼ିଓ ଟ୍ରେନରେ ଯାତ୍ରା କରୁଥିବା ଲୋକେ ଉତ୍ତୋଳନ କରିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦୁଇଟି ଟ୍ରେନ୍ ମଧ୍ୟରେ ଥିବା ଟ୍ରାକରେ ଏକ ଧଳା ଘୋଡା ଦୌଡୁଥିବାର ଦେଖିବାକୁ ମିଳିଛି।
ଏହି ଘୋଡାକୁ ଦେଖି ଚାଲୁଥିବା ଟ୍ରେନରେ ଉପସ୍ଥିତ ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଡେଲି ମେଲ ରିପୋର୍ଟ କରିଛି ଯେ ଏହି ଘଟଣା ଇଜିପ୍ଟରେ ଘଟିଛି। ତେବେ ଇଣ୍ଡିଆନ୍ ପୋଲିସ୍ ସର୍ଭିସେସ୍ (ଆଇପିଏସ୍) ଅଧିକାରୀ ଦୀପନସୁ କାବ୍ରାଙ୍କ ଦ୍ୱାରା ଏହି ଭିଡ଼ିଓ ଟ୍ୱିଟରରେ ସେୟାର ହୋଇଥିବା ବେଳେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଲେଣି।
ଦେଖନ୍ତୁ ଭିଡ଼ିଓ :