ମମିତା ମେହର ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଲା ଆତ୍ମହତ୍ୟା

ସଂସ୍କାର : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜୀ ଜେଲ ଭିତରେ ରଶି ଲଗାଇ ଗୋବିନ୍ଦ ଝୁଲି ପଡ଼ିଥିବା ସୂଚନା ମିଳିଛି । ଗୋବିନ୍ଦଙ୍କୁ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଜେଲ ଭିତରେ କିପରି ଗୋବିନ୍ଦ ଆତ୍ମହତ୍ୟା କଲେ ସେନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ଗୋବିନ୍ଦ ମୁଖ୍ୟ ଅଭିଯୁକ୍ତ ଥିବାରୁ ଆଜି ତାକୁ କୋର୍ଟରେ ହାଜର କରିବାର ଥିଲା । ହେଲେ ଆଜି କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମମିତା ମେହର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳିଥିଲା । ନ୍ୟାୟ ପାଇଁ ରଣ ହୁଙ୍କାର ଦେଇଥିଲା ପରିବାର । ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ରହିଥିଲା । ରାଜରାସ୍ତାରେ ନିଆଁ ଜଳିବା ସହ ରାସ୍ତାକୁ ଓହ୍ଲାଇଥିଲା ବିରୋଧୀ । ଘଟଣାର ଅଧିକ ତଦନ୍ତ ପାଇଁ ବିରୋଧୀ ଦାବି କରିଥିଲେ ।

ଶାସକ ଦଳର ଜଣେ ବିଧାୟକଙ୍କ ନାଁ ମଧ୍ୟ ଏହି ଘଟଣାରେ ସମୃକ୍ତ ଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ବିଧାୟକ ଜଣକ ସରାକରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବାରୁ ତାଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଥିଲା। ହେଲେ ଗତ କିଛି ଦିନର ବ୍ୟବଧାନ ପାରେ ନୂତନ ମନ୍ତ୍ରୀ ମଣ୍ଡଳରୁ ବାଦ୍‌ ପଡ଼ିଥିଲେ ବିଧାୟକ ଜଣକ । ହେଲେ ବର୍ତ୍ତମାନ ମମିତା ମେହେର ହତ୍ୟା ଘାଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ହୋଇଥିବା କୁହାଯାଉଛି । ଏହି ହତ୍ୟା ଘଟଣା କେଉଁ ମୋଡ ନେବ ସେନେଇ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *