ସଂସ୍କାର : ଆଜିକାଲି ଡିଜେଲ ଓ ପେଟ୍ରୋଲ ଆମ ଲାଇଫର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । ଗାଡ଼ି ସଂଖ୍ୟା ଯେତିକି ବଢୁଛି ସେହି ଅନୁସାରେ ତେଲ ଦର ମଧ୍ୟ ବଢୁଛି । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ଗାଡ଼ି ବ୍ୟବହାର କମ କରନ୍ତି । ଫଳରେ ଗାଡ଼ିଗୁଡ଼ିକ ଘରେ ରହିଥାଏ। ସେହିପରି କିଛି ଲୋକ ଦିନକୁ ଦିନ ତେଲ ଦର ବଢୁଥିବାରୁ ଗାଡ଼ିର ଟାଙ୍କି ଫୁଲ କରିଦିଅନ୍ତି।ଗାଡ଼ିରେ ତେଲ ଫୁଲ ଥାଇ ଯଦି ବ୍ୟବହାର ନହୁଏ ତା ପରେ ବି ଆପଣଙ୍କ ଗାଡ଼ି ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଗାଡିରେ ଥିବା ପେଟ୍ରୋଲ୍ କିମ୍ବା ଡିଜେଲ୍ କିପରି ନଷ୍ଟ ହୁଏ ? ଆଉ ଏହା ଦ୍ୱାରା ଗାଡିର ଅବସ୍ଥା କଣ ହୁଏ ?
ପେଟ୍ରୋଲ ଏବଂ ଡିଜେଲ କିପରି ଖରାପ ହୁଏ ?
ବହୁତ ଲୋକଙ୍କୁ ଜଣାନଥାଏ ଯେ, ଗାଡ଼ିରେ ତେଲ ଫୁଲ ଥିଲେ ବି ଏହାର ପ୍ରଭାବ ଗାଡ଼ି ଉପରେ ଖରାପ ପଡିଥାଏ। କିଛି ଲୋକଙ୍କ ଧାରଣା ଥାଏ ଯେ ପେଟ୍ରୋଲ ଓ ଡିଜେଲ ଖରାପ ହୋଇନଥାଏ । କିନ୍ତୁ ଏହା ସତ ନୁହେଁ ପ୍ରତ୍ୟେକ ଜିନିଷର ଅବଧି ରହିଥାଏ । ଆପଣଙ୍କୁ ଜଣାଇଦେବାକୁୂ ଚାହୁଁ ଯେ ପେଟ୍ରୋଲ ଡିଜେଲ ଜଲଦି ଖରାପ ହୋଇଥାଏ । କଞ୍ଚା ତେଲକୁ ରିଫାଇନ କରିବା ପାଇଁ ସେଥିରେ ରସାୟନ ପଦାର୍ଥ ମିଶିଥାଏ । ଏହାସହିତ ଏହାମଧ୍ୟରେ ଥିବା ଇଥେନାଲକୁ ମଧ୍ୟ ମିଶାଇ ଦିଆଯାଇଥାଏ । ଏହି କେମିକାଲ ପେଟ୍ର୍ରୋଲ ଓ ଡିଜେଲ ଗାଡିର ଶେଲ୍ଫ ଲାଇଫକୁ କମ କରିଦେଇଥାଏ ।
ଏହାପରେ ଯେତେବେଳେ ଗାଡ଼ିରେ ତେଲ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ଗରମ ଯୋଗୁଁ ଏହା ବାଷ୍ପରେ ପରିଣତ ହୋଇଥାଏ । ଫଳରେ ପେଟ୍ରୋଲ ଓ ଡିଜେଲ ନଷ୍ଟ ହୋଇଯାଇଥାଏ । ତେବେ ଆପଣ ଜାଣିରଖନ୍ତୁ ପେଟ୍ରୋଲ ଓ ଡିଜେଲ ନଷ୍ଟ ହେବା ତାପମାତ୍ରା ଉପରେ ନିର୍ଭର କରିଥାଏ। ତାପମାତ୍ରା ଯେତେ ବଢିଥାଏ ଆପଣଙ୍କ ଗାଡ଼ିରେ ଥିବା ତେଲ ସେତେଶୀଘ୍ର ଖରାପ ହୋଇଥାଏ ।
ପେଟ୍ରୋଲ ଏବଂ ଡିଜେଲର ଜୀବନ କେତେ ଦିନ?
ଏସବୁ ଶୁଣିବା ପରେ, ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ ଯେ ପେଟ୍ରୋଲ ଏବଂ ଡିଜେଲ କେତେ ସମୟରେ ନଷ୍ଟ ହୋଇଯାଏ, ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଯଦି ପେଟ୍ରୋଲ ଏବଂ ଡିଜେଲ ନଷ୍ଟ ହୋଇଯାଏ, ତେବେ ଏହା ପଛରେ ଥିବା ତାପମାତ୍ରା ଦାୟୀ ବୋଲି କୁହାଯାଏ। ତାପମାତ୍ରା ଯେତେ ଅଧିକ, ଡିଜେଲ-ପେଟ୍ରୋଲ ଯେତେ ଶୀଘ୍ର ନଷ୍ଟ ହୋଇପାରେ। ଯଦି ଆପଣଙ୍କର ଗାଡି ଅତି ଉଚ୍ଚ ତାପମାତ୍ରାରେ 1 ମାସ ପାଇଁ କ୍ରମାଗତ ଭାବରେ ପାର୍କିଂ ହୁଏ, ତେବେ ସେହି ସମୟରେ ଆପଣଙ୍କ ଗାଡି ପାଇଁ ବିପଦ ସୃଷ୍ଟି ହୋଇଥାଏ।
ଇଞ୍ଜିନ ଉପରେ ପଡିବ ନକରାତ୍ମକ ପ୍ରଭାବ :
ଯଦି ଆପଣଙ୍କର ଗାଡି 30 ଡିଗ୍ରୀ ତାପମାତ୍ରାରେ ପାର୍କିଂ ହୁଏ, ତେବେ 3 ମାସ କିମ୍ବା 20 ଡିଗ୍ରୀରେ ପାର୍କିଂ ହେଲେ 6 ମାସରେ ଗାଡ଼ିରେ ଭର୍ତ୍ତି ତେଲ ନଷ୍ଟ ହୋଇଥାଏ। ଗାଡି ଯଦି ପତଳା ତେଲ ସହିତ ଚଲାଇବେ, ତେବେ ଏହା ଇଞ୍ଜିନ୍ ଉପରେ ପ୍ରଭାବ ପକାଇବ ଏବଂ ଏହା କରିବା ଦ୍ୱାରା ଗାଡିର କାର୍ବୁରେଟର, ଇନ୍ଧନ ପମ୍ପ ମଧ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ।