ଦେଶର କେତେ ଜଣ ଲୋକଙ୍କ ପାଖରେ ରହିଛି ୧୦୦ କୋଟି ଟଙ୍କା , ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ..

ସଂସ୍କାର : ଟଙ୍କା ! ଟଙ୍କା ଏପରି ଏକ ବସ୍ତୁ , ଯଦି ଆପଣଙ୍କ ପାଖରେ ଥିବ ତେବେ ଆପଣ ନିଜର ୯୯ ପ୍ରତିଶତ ଇଚ୍ଛାକୁ ପୁରଣ କରିପାରିବେ। ଆଉ ଯଦି ଅଳ୍ପ ବହୁତ ଚେଷ୍ଟା କରନ୍ତି, ତେବେ ଆଉ ବାକି ଥିବା ୧ ପ୍ରତିଶତ ଇଚ୍ଛାକୁ ମଧ୍ୟ ଆପଣ ପୁରଣ କରିପାରିବେ। ତେବେ ଆଜି ଆପଣଙ୍କୁ ଆମେ କହିବାକୁ ଯାଉଛୁ ଆମ ଭାରତ ବର୍ଷରେ କେତେ ଜଣ ଲୋକଙ୍କ ପାଖରେ ରହିଛି ୧୦୦ କୋଟି ଟଙ୍କାର ସମ୍ପତି ବିଷୟରେ।

ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ଭାରତରେ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ ସମ୍ପତ୍ତି ଥିବା ବହୁ ସଂଖ୍ୟକ ଲୋକ ରହିଛନ୍ତି। ୨୦୨୦ – ୨୧ ଆର୍ଥିକ ବର୍ଷରେ ଦେଶରେ ୧୩୬ ଜଣ ବ୍ୟକ୍ତିଙ୍କ ପାଖରେ ୧୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ଯେତେବେଳେ କି ଏହିପରି ଲୋକଙ୍କ ସଂଖ୍ୟା ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୧ ରହିଥିଲା ଏବଂ ୨୦୧୮ – ୧୯ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୭୭ ରହିଥିଲା।

Leave a Reply

Your email address will not be published. Required fields are marked *