ହାର୍ଟ ର ଶତ୍ରୁ ବାୟୁ ପ୍ରଦୂଷଣ , କିଭଳି କରିବେ ଏହାକୁ ରକ୍ଷା , ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : ବାୟୁ ପ୍ରଦୂଷଣ ର ସବୁଠୁ ବଡ ସାଇଡଇଫେକ୍ଟ ଫୁସଫୁସ ଉପରେ ପଡିଥାଏ। ନେସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେଶନର ତଥ୍ୟ ଅନୁସାରେ ଦୀର୍ଘ ସମୟ ଧରି ବାୟୁମଣ୍ଡଳରେ ପ୍ରଦୂଷଣ ରହିବା ଦ୍ୱାରା ହାର୍ଟ ଆଟାକ ସମସ୍ୟା ଦେଖା ଦେଇପାରେ। ଯାହା ଆପଣଙ୍କ ମୃତ୍ୟୁ ର ବି କାରଣ ହେବ।

ବଢୁଥିବା ପ୍ରଦୂଷଣର କାରଣ :

ବର୍ତ୍ତମାନ ପ୍ରଦୂଷଣ ର ସବୁଠୁ ବଡ କାରଣ ହେଉଛନ୍ତି ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡି। ବିଭିନ୍ନ କଳକାରଖାନା ରୁ ବାହାରୁଥିବା ଧୂଆଁ ମଧ୍ୟ ପ୍ରଦୂଷଣର ମୁଖ୍ୟ କାରଣ।

ଜମିରେ ଚାଷ ପାଇଁ ନିଆଁ ଜଳାଇବା, ସିଗାରେଟ ଧୂଆଁ, କନଷ୍ଟ୍ରକ୍ସନ ଧୂଆଁ ବଢୁଥିବା ପ୍ରଦୂଷଣ ର ଆଉ ଏକ କାରଣ ଅଟେ।

ହାର୍ଟ ପାଇଁ କେତେ କ୍ଷତିକାରକ ପ୍ରଦୂଷଣ :

ଗବେଷକଙ୍କ ମତ ଅନୁଯାୟୀ ବାୟୁ ପ୍ରଦୂଷଣର ପ୍ରଭାବ ଆପଣଙ୍କ ହାର୍ଟ ଉପରେ ପଡୁଛି। ଆମେ ଦୂଷିତ ଜଳବାୟୁ ରେ ପ୍ରଶ୍ୱାସ ନେଉଛୁ। ତେଣୁ ବାୟୁ ପ୍ରଦୂଷଣର ଅଣୁ ଫୁସଫୁସ ଓ ହାର୍ଟରେ ପହଁଚୁଥିବା ରକ୍ତ ପ୍ରବାହ ଦ୍ୱାରା ହାର୍ଟକୁ ଯାଇପାରେ। ଏହାଦ୍ୱାରା ହାର୍ଟ ସମସ୍ୟା ଦେଖାଦେବ।

ହାର୍ଟ ର ଶତ୍ରୁ କିଭଳି ପ୍ରଦୂଷଣ ?

  • ପ୍ରଦୂଷଣ ଶରୀରରେ ରକ୍ତ ପ୍ରବାହ ରେ ବାଧା ସୃଷ୍ଟି କରିପାରେ।
  • ଏପରି ସ୍ଥିତି ରେ ବ୍ଲଡ଼ କ୍ଳଟ ହେବାର ସମ୍ଭାବନା ବଢିଥାଏ।
  • ଶରୀରର ବିଭିନ୍ନ ଅଂଶ ରେ ବ୍ଲଡ଼ ପହଞ୍ଚାଇବା ଜରୁରୀ ହୋଇଯାଏ, ଯେଉଁ କାରଣରୁ ବ୍ଲଡ଼ ପ୍ରେସର ବଢିଯାଏ।

  • ଏହାଦ୍ୱାରା ହାର୍ଟ ର ମାଂସପେଶୀ ଉପରେ ପ୍ରଭାବ ପଡିପାରେ।
  • ଏହାଦ୍ୱାରା ହାର୍ଟ ର ବିଦ୍ୟୁତ ପ୍ରଣାଳୀ ପ୍ରଭାବିତ ହୋଇଥାଏ।
  • ଯେଉଁ ଲୋକ ମାନଙ୍କର ହାର୍ଟ ସମସ୍ୟା ରହିଛି ସେମାନେ ଅଧିକ ସମୟ ବାୟୁ ପ୍ରଦୂଷଣରେ ରହିବା ଦ୍ୱାରା ହାର୍ଟ ଆଟାକ ହୋଇପାରେ।

ବାୟୁ ପ୍ରଦୂଷଣ ରୁ ରକ୍ଷା ପାଇବେ କିପରି ?

  • ଵାୟୁପ୍ରଦୂଷଣ ନିକଟରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟର ଆବଶ୍ୟକତା ରହିଛି l ଏହାଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ l ତେଣୁ ସ୍ୱାସ୍ଥ୍ୟକର ଭୋଜନ ନିୟମିତ ଗ୍ରହଣ କରନ୍ତୁ l
  • ବାୟୁ ପ୍ରଦୂଷଣ ଠାରୁ ଦୁରେଇ ରହିବ ପାଇଁ ନିୟମିତ ବ୍ୟାୟାମ କରନ୍ତୁ l ଏହାଦ୍ୱାରା ଆପଣଙ୍କ ଫୁସଫୁସ ସୁସ୍ଥ ରହିବ l
  • ଵାୟୁପ୍ରଦୂଷଣ ନିକଟରୁ ରକ୍ଷା ପାଇବା ପାଇଁ ଖରାପ ଅଭ୍ୟାସ, ଯେପରିକି ସିଗାରେଟ, ମଦ ଇତ୍ୟାଦି ଠାରୁ ଦୁରେଇ ରହିବା ଉଚିତ l

Leave a Reply

Your email address will not be published. Required fields are marked *