ସଂସ୍କାର : ବର୍ତ୍ତମାନ ମୋବାଇଲ ସମସ୍ତ ମନୁଷ୍ୟ ସମାଜର ଜରୁରୀ ଜିନିଷ ହୋଇ ସାରିଛି। ନିଜର ସ୍ମାଟଫୋନକୁ କେହି ବି ଗୋଟିଏ ସେକେଣ୍ଡ ଛାଡି ରହିପାରୁ ନାହାନ୍ତି। ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଫୋନ କେଉଁଠି ହଜିଯାଏ, କିମ୍ବା କେଉଁଠି ଚୋରି ହୋଇଯାଏ ତେବେ ତ ଆପଣଙ୍କ ମୋବାଇଲରେ ଥିବା ସବୁ ତଥ୍ୟ ସ୍ବାହା ହୋଇଗଲା ବୋଲି ଜାଣିବେ।
କାରଣ ଚୋର ମୋବାଇଲରେ ଥିବା ଫୋଟ, ଆପଣଙ୍କ ଫୋନ ନମ୍ବର , ଏମିତିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ବି ଚୋରି କରିଦେବ। ଆପଣ ବର୍ତ୍ତମାନ କହିବେ ଏହା କିଭଳି ସମ୍ଭବ ? ତେବେ ଏଠାରେ ଆମେ କହି ରଖୁଚୁ ଯେ, ଯଦି ଆପଣ ନିଜର ମୋବାଇଲରେ ଡିଜିଟାଲ ପେମେଂଟ କରୁଛନ୍ତି ତେବେ ମୋବାଇଲ ଚୋରି ହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡ଼ିଟେଲସ୍ ଆପଣଙ୍କ ମୋବାଇଲରେ ରହିଗଲା। ଆଉ ସେଠୁ ଚୋର ଆପଣଙ୍କ ଟଙ୍କା ନେଇ ଯାଇପାରେ।
ତେବେ ଆଜି ଆମେ ଏହି ଆର୍ଟିକାଲ ମାଧ୍ୟମରେ କହିବୁ , କେମିତି ମୋବାଇଲ ଚୋରି ହେଲେ ଫୋନ ପେ, ଗୁଗୁଲ ପେ ଆଉ ପେଟିଏମ୍ ଆକାଉଣ୍ଟ ବନ୍ଦ କରିବେ। ଯଦି ଆପଣ ଏହି ସବୁକୁ ବନ୍ଦ କରିବେ ନାହିଁ ତେବେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଶୁନ୍ ହେବାକୁ ବେଶୀ ସମୟ ଲାଗିବ ନାହିଁ।
କେମିତି ବନ୍ଦ କରିବେ ଏହି ସବୁ ଡିଜିଟାଲ ପେମେଂଟ ସିଷ୍ଟମକୁ :
ପ୍ରଥମେ ଆମେ paytm ୟୁଜରଙ୍କ ପାଇଁ ଉପାୟ କହିବାକୁ ଯାଉଛି। ଯଦି ଆପଣ paytm ବ୍ୟବହାର କରୁଛନ୍ତି ତେବେ ଅନ୍ୟଜଣେ paytm ୟୁଜରଙ୍କ ମୋବାଇଲରେ “0120 4456 456 ନମ୍ବରରେ କଲ୍ କରିବାକୁ ପଡିବ। କଲ୍ କରି ସାରିବା ପରେ “Lost Phone ” ଅପସନକୁ ଚୟନ କରିବେ। ଆଉ ତାପରେ ଯେଉଁ ନମ୍ବର୍ ଆପଣଙ୍କ ଚୋରି ହୋଇଛି ସେହି ନମ୍ବରକୁ ଟାଇପ୍ କରିଦେବେ।
ଆଉ ସେହି ସ୍ଥାନରୁ ହିଁ “all devices log out ” ର ଅପସନକୁ ଚୟନ କରିବେ। ଏହାପରେ paytm ର ଅଫିସିଆଲ ୱବସାଇଟକୁ ଭିଜିଟ୍ କରି ଯାହା ବି ଆପଣଙ୍କ ଅସୁବିଧା ହୋଇ ତାହା paytm ଅଧିକାରୀକୁ ଜଣାଇବାକୁ ପଡିବ। ଏହା ପରେ Document verification କରି ଆପଣ ନିଜର paytm ଆକାଉଣ୍ଟକୁ ବ୍ଲକ୍ କରି ପାରିବେ।
ଯଦି ଆପଣ “Google Pay ” ବ୍ୟବହାର କରୁଛନ୍ତି ତେବେ , 1800 4190 157 ନମ୍ବରରେ କଲ୍ କରିବେ। ଏହା ପରେ କଷ୍ଟମର୍ କେୟାର ଅଧିକାରୀ ଆପଣଙ୍କୁ ଆପଣଙ୍କ ଡିଟେଲସ୍ ମାଗିବେ। ସବୁ ଡିଟେଲସ୍ ସଠିକ ରୂପେ ସେମାନଙ୍କୁ ଦେବା ପରେ, କଷ୍ଟମର୍ କେୟାର ଅଧିକାରୀ ଆପଣଙ୍କ Google Pay ଆକାଉଣ୍ଟକୁ ସଫଳ ରୂପେ ବନ୍ଦ କରିଦେବେ।
ଠିକ୍ ସେହିପରି “phone pe” ବ୍ୟବହାର କରୁଥିଲେ 02268 727 374 ନମ୍ବରରେ କଲ୍ କରିବେ। ଏଠି ବି ଆପଣ ନିଜର ଚୋରି ହୋଇଥିବା ମୋବାଇଲ ଫୋନର ଡିଟେଲସ୍ କଷ୍ଟମର୍ କେୟାର ଅଧିକାରୀଙ୍କୁ ଦେବେ। ଆଉ ସେମାନେ ସବୁ Document verification କରି ସାରିବା ପରେ ଆପଣଙ୍କ ଆକାଉଣ୍ଟକୁ ସଫଳ ରୂପେ ବ୍ଲକ୍ କରିଦେବେ।