ସଂସ୍କାର : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ନିଜର ମାତୃତ୍ୱକୁ ବହୁତ ଉପଭୋଗ କରୁଛନ୍ତି। କରୀନା ବର୍ତ୍ତମାନ ଦୁଇଟି ପୁଅର ମା’ ହୋଇସାରିଛନ୍ତି। ତାଙ୍କର ପ୍ରଥମ ପୁତ୍ର ନାମ – ତୈମୁର ଅଲି ଖାନ ଏବଂ ଦ୍ୱିତୀୟ ପୁତ୍ରର ନାମ ଜେ ଅଲି ଖାନ। ତେବେ ସେ ତାଙ୍କର ପ୍ରଥମ ପୁସ୍ତକ ‘କରୀନା କପୁର ଖାନ୍ସ ପ୍ରେଗନାଣ୍ଟ ବାଇବଲ’ର ଉନ୍ମୋଚନ କାର୍ଯ୍ୟକ୍ରମରେ କରଣ ଜୋହରଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ବାର୍ତ୍ତାଳାପରେ ସେ ତାଙ୍କର ଗର୍ଭଧାରଣ ସହ ଅନେକ ବିଷୟରେ କରଣଙ୍କ ସହ ଆଲୋଚନା କରିଥିଲେ। ଏହି ବାର୍ତ୍ତାଳାପ ସମୟରେ କରଣ ଜୋହର କରୀନା କପୁର ଖାନଙ୍କ ସହ ଗର୍ଭାବସ୍ଥାରେ ସେକ୍ସ ଡ୍ରାଇଭ ହରାଇବା ଏବଂ ସୈଫ ଅଲି ଖାନଙ୍କ ବିଷୟରେ କଥା ହୋଇଥିଲେ।
![](https://sanskarnetwork.in/odia/wp-content/uploads/2021/08/karina.jpg)
କରଣ ଜୋହର , କରୀନା କପୁର ଖାନଙ୍କୁ ପଚାରିଥିଲେ ଯେ, “ତୁମେ ନିଜର ସେକ୍ସ ଡ୍ରାଇଭକୁ ହରାଇବା ସମୟରେ ତୁମର ଅନୁଭବ କିପରି ଥିଲା। ଆଉ ତୁମର ସ୍ୱାମୀ କିପରି ତୁମକୁ ଏହି ସାହସ ଯୋଗାଉଥିଲେ।
ଏହି ପ୍ରଶ୍ନର ଉତ୍ତରରେ କରୀନା କପୁର ଖାନ କହିଛନ୍ତି ଯେ, ଏଭଳି ସମୟରେ ଜଣେ ସ୍ୱାମୀ , ତାର ସ୍ତ୍ରୀକୁ ଭରପୁର ସମର୍ଥନ କରିବା ଉଚିତ ଏବଂ ମହିଳାଙ୍କୁ ସୁନ୍ଦର ଦେଖାଯିବା ବିଷୟରେ ନ କହିବା କିମ୍ବା ତାଙ୍କ ଉପରେ ଚାପ ନ ପକାଇବା ଅତ୍ୟନ୍ତ ଜରୁରୀ ଅଟେ।