ସ୍ୱାମୀର ଅଗ୍ନିପରୀକ୍ଷା : ସ୍ତ୍ରୀର ଜୁଇକି ଡେଇଁ ସ୍ୱାମୀ ଜୀବନ୍ତ ଦଗ୍ଧ

husband jumps on wifes last furnel

ସଂସ୍କାର : ସ୍ତ୍ରୀଙ୍କ ଜୁଇକୁ ଡେଇଁ ଜଳିଗଲେ ସ୍ବାମୀ । ସ୍ତ୍ରୀର ମୃତ୍ୟୁରେ ଭାଙ୍ଗିପଡି ସ୍ୱାମୀ ଡେଇଁଲେ ସ୍ତ୍ରୀର ଜୁଇକି, ଆଉ ସ୍ତ୍ରୀର ଜୁଇରେ ଜୀବନ୍ତ ଦଗ୍ଧ ହୋଇଗଲେ ସ୍ୱାମୀ। ଏଭଳି ଏକ ହୃଦୟବିଦାରକ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରେ।

ସୂଚନା ମୁତାବକ , ଗାଁର ଜଣେ ମହିଳାଙ୍କ ମୃତ୍ୟୁପରେ ସମ୍ପର୍କୀୟମାନେ ଶେଷ ରୀତିନୀତି ସଂପୂର୍ଣ୍ଣ କରିବା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ ଗାଁ ନିକଟରେ ଥିବା ଏକ ପଡିଆକୁ ନେଇଥିଲେ। ସେଠାରେ ଶବ ସତ୍କାର କରି ସମ୍ପର୍କୀୟମାନେ ଫେରିଥିଲେ । କିନ୍ତୁ ମୃତ୍ୟୁବରଣ କରିଥିବା ମହିଳାଙ୍କ ସ୍ବାମୀ ଅଧାରୁ ଫେରିଯାଇ ସ୍ତ୍ରୀଙ୍କ ଜୁଇକୁ ଡେଇଁପଡିଥି​ଲେ । ନିଆଁ ଜଳୁଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ସ୍ବାମୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ସ୍ତ୍ରୀ ରଈବାରୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ ସ୍ବାମୀ ନୀଳମଣି । ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ନୀଳମଣି ନିଜକୁ ମଧ୍ୟ ​‌ଶେଷ କରିଦେବାକୁ ଚାହିଁଥିଲେ । ଶବ ସତ୍କାର ପାଇଁ ପରିବାର ଲୋକେ ଏବଂ ଅନ୍ୟ ସମ୍ପର୍କୀୟମାନେ ଶ୍ମଶାନକୁ ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଶବ ସତ୍କାର ହୋଇଥିଲା । କିଛି ସମୟ ପରେ ସମସ୍ତେ ସେଠାରୁ ଚାଲିଆସିଥିଲେ । କିନ୍ତୁ ନୀଳମଣି ଅଧାରୁ ଫେରିଆସି ହଠାତ ନିଆଁ ଭିତରକୁ ଡେଇଁ ପଡିଥିଲେ । କେହି କିଛି କରିବା ଆଗରୁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲେ ନୀଳମଣି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *