ଯୌତୁକ ପାଇଁ ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟରେ ସିଗାରେଟ ଓ ବିୟର ବୋତଲ ପୁରାଇ ଦେଲେ ସ୍ୱାମୀ, ଆଉ ତା ପରେ…

ସଂସ୍କାର : ବିହାରର ମୁଜାଫରପୁର ଜିଲ୍ଲାର କରଜା ପୋଲିସ ଷ୍ଟେସନରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଦେଇଛନ୍ତି। ଘଟଣା ଅନୁଯାୟୀ ଯୌତୁକ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନ ପାଇବା ପରେ ସ୍ୱାମୀ ନିଜ ପତ୍ନୀଙ୍କ ଯୌନାଙ୍ଗକୁ ସିଗାରେଟର ନିଆଁରେ ଦାଗ କରିଦେଇଛନ୍ତି। କେବଳ ଏତିକି ନୁହେଁ, ଏହି ସିଗାରେଟ ଭର୍ତ୍ତି କଲା ପରେ ମଧ୍ୟ ବ୍ୟକ୍ତିଙ୍କ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ସେ ଏକ ବିୟର ବୋତଲକୁ ପତ୍ନୀଙ୍କ ଯୌନାଙ୍ଗରେ ଭର୍ତ୍ତି କରିଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ବିବାହ ଦ୍ଵିତୀୟ ପକ୍ଷରେ କରାଯାଇଥିଲା। ମହିଳା ଜଣକ ବାହା ହୋଇଥିବା ବ୍ୟକ୍ତିଙ୍କର ଆଗରୁ ଏକ ଚାରି ବର୍ଷର ପୁଅ ମଧ୍ୟ ରହିଛି। ତେବେ ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା। କିନ୍ତୁ ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଶ୍ୱଶୁର, ଭାଉଜ ଏବଂ ଶାଶୁ ତାଙ୍କଠାରୁ ବାଇକ ଏବଂ ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଆକାରରେ ମାଗିବାକୁ ଲାଗିଲେ। ତେବେ ମହିଳା ଜଣକ ସେମାନଙ୍କର ଦାବି ପୂରଣ ନକରିବା ଯୋଗୁଁ ତାଙ୍କ ସ୍ୱାମୀ ଏବଂ ଭାଉଜ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ।

ଅନ୍ୟପଟେ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗକୁ ସିଗାରେଟରେ ପୋଡି ଦେଇଥିଲେ ସ୍ୱାମୀ। ଏହି ଘଟଣା ପରେ ଯେତେବେଳେ ମହିଳାଙ୍କର ନାବାଳିକା ସାନ ଭଉଣୀ ତାଙ୍କ ବଡ଼ ଭଉଣୀକୁ ବଞ୍ଚାଇବାକୁ ଆସିଲେ, ସେତେବେଳେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ତାଙ୍କୁ ଅସଦାଚରଣ କରିଥିଲେ। ତେବେ ପୋଲିସ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *