ବିନା ଅସ୍ତ୍ରୋପଚାରରେ କିଡନୀରୁ ୧୫୬ଟି ଷ୍ଟୋନ ବାହାରକରି ରେକର୍ଡ ସୃଷ୍ଟି କଲେ ହାଇଦ୍ରାବାଦର ଡାକ୍ତର, ଜାଣନ୍ତୁ କେମିତି

ସଂସ୍କାର: ରେକର୍ଡ ସୃଷ୍ଟି କଲେ ହାଇଦ୍ରାବାଦର ଡାକ୍ତର ସମୂହ। ବିନା କୌଣସି ବଡ଼ ଅସ୍ତ୍ରୋପଚାରରେ ଜଣେ ଲୋକଙ୍କର କିଡନୀରୁ ୧୫୬ ଟି ଷ୍ଟୋନ ବାହାରି କରି କଲେ ଅଭୁତ ରେକର୍ଡ। ସହରର ଡାକ୍ତରମାନେ ଜଣେ ରୋଗୀର କିଡନୀରୁ ୧୫୬ଟିରୁ ଅଧିକ ପଥର ବାହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହା ଯେ କୌଣସି ବଡ଼ଧରଣର ଅସ୍ତ୍ରୋପଚାରର ସାହାଯ୍ୟ ନ ନେଇ ଏହି ଅସ୍ତ୍ରୋପଚାର ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି ଅସ୍ତ୍ରୋପଚାର ପାଇଁ ଲାପାରୋସ୍କୋପି ଏବଂ ଏଣ୍ଡୋସ୍କୋପି ସାହାଯ୍ୟ ନିଆଯାଇଥିଲା। ରେନାଲ୍ କେୟାର ୟୁରୋଲୋଜି ଏବଂ କିଡନୀ ହସ୍ପିଟାଲ୍ ଦାବି କରିଛି ଯେ ଦେଶରେ ପ୍ରଥମ ଥର ପାଇଁ ବଡ଼ ଅସ୍ତ୍ରୋପଚାର ବିନା ଅନେକ କିଡନୀ ଷ୍ଟୋନ ମନୁଷ୍ୟ ଶରୀରରୁ ହଟାଯାଇଛି।

ଡାକ୍ତରଙ୍କ କହିବା ଅନୁଯାୟୀ , ମହିଳା ରୋଗୀ ହବଲିର ବାସିନ୍ଦା ଏବଂ ବାସଭାରାଜରେ ଏକ ସ୍କୁଲ ଶିକ୍ଷୟତ୍ରୀ ଅଟନ୍ତି। ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ନିଜର ଡାକ୍ତରୀ ଟେଷ୍ଟ କରାଇଥିଲେ। ଏହାପରେ ତାଙ୍କ କିଡନୀରେ ଏକ ପଥର ଥିବା ଦେଖିବାକୁ ମିଳିଥିଲା।ତେବେ ଏହି ପଥର ଦୁଇ ବର୍ଷ ପୂର୍ବରୁ ମହିଳାଙ୍କର କିଡନିରେ ସୃଷ୍ଟି ହୋଇଛି ବୋଲି ପରୀକ୍ଷାରୁ ଜଣାପଡିଥିଲା। ତେବେ ଏହି କିଡନୀକୁ ତାଙ୍କ ଶରୀରରୁ ବାହାର କରିବା ଏକ ବହୁତ କଷ୍ଟସାଧ୍ୟ କାମ ଥିଲା ବୋଲି ଡାକ୍ତର କହିଛନ୍ତି। ଏତେଗୁଡ଼ିଏ ପଥର ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅନ୍ୟ ଏକ ବିଶେଷ କଥା ହେଉଛି କିଡନୀରେ ହେଉଥିବା ଷ୍ଟୋନ ଗୁଡିକ ସାଧରଣତଃ ମୂତ୍ରାଶୟ ନିକଟରେ ଥାଏ। କିନ୍ତୁ ଏହି କ୍ଷେତ୍ରରେ ଏହା ପେଟ ପାଖରେ ଥିଲା। ତେଣୁ ଏହାକୁ ହଟାଇବା ଏତେ ସହଜ ନଥିଲା। କିନ୍ତୁ, ଡାକ୍ତର ଦଳ ପଥର ଗୁଡିକୁ ସଫଳତାର ସହିତ ହଟାଇ ଏକ ଅଭିନ୍ନ ରେକର୍ଡ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *